Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ajay kumar Behera

Romance

3  

Ajay kumar Behera

Romance

ଅଭିମାନୀ ପ୍ରିୟା

ଅଭିମାନୀ ପ୍ରିୟା

1 min
403


ତୁମେ ଋଷିଗଲେ  କେମିତି ହୋଇବ

   ଆସିଛି ଦୂରରୁ ମୁହିଁ

ହେଉପଛେ ଡେରି କାଳବେଳ ଦେଖି

   ତୁମକୁ ଦେଖିବା ପାଇଁ ।


ଅନେକ ଦିନରୁ   ହେଇ ନାହିଁ ଦେଖା

    ମାସଟେ ବରଷପରି

ସକାଳରୁ ସଞ୍ଜ   ଦିନ ହେଉ ରାତି

    ତୁମକୁ ହେଉଛି ଝୁରି ।


ଆଗ ମୋର ସଖୀ  ମୋ ମନ ମାନସୀ

    ସରଗର ଝରାଫୁଲ

ତୁମ ପ୍ରେମେ ମୁହିଁ   ସବୁ ଭୁଲିଯିବି

    ଦେଇ ଦିଅ ପ୍ରେମମୂଲ ।


ତୁମ ପାଇଁ ସତେ  ରଖି ଅଛି ଖୋଲି

     ହୃଦୟ ଦୁଆର ମୋର

ଗିରିଷମ ଝାଞ୍ଜି    ଅଦିନିଆ ମେଘ

     ସହଜେ ହୋଇବ ଦୂର ।


ସପନର ରାଣୀ    ମୋ ମନ ମୟୂରୀ

     କୋଟିଏରେ ଗୋଟେ ତୁହି

ଗାଆଁରୁ ସହର     ଯୋଉଠି ଖୋଜିଲେ

     ତୋପରି ମିଳିବେ ନାହିଁ ।


ଅଭିମାନୀ ପ୍ରିୟା     ଅଭିମାନେ ସିଏ

     ଟିକିଏ ଯାଇଛି ଋଷି

ଗେହ୍ଲେଇ କହିଲେ   ମଧୁର ଛୁଆଁରେ

     ଖୁସିରେ ଦେବ ସେ ହସି ।


Rate this content
Log in