ମାଟିର ମଣିଷ
ମାଟିର ମଣିଷ
ମାଟିର ମଣିଷ ମାଟିରେ ମିଶିବୁ
ଗରବ କରୁଛୁ କିଆଁ
କ୍ଷଣିକ ଜୀବନ ଜୁଇରେ ଜଳିବ
ହୋଇବୁ ପାଉଁଶ ନିଆଁ ।
ମୋର ମୋର କହି ଅମର ହୋଇବୁ
ଭାବୁଛୁ ଏହା କି ତୁହି
ମହ ମାୟା ଭରା ଏସାରା ସଂସାରେ
ଅମର ହୋଇନି କେହି ।
ସ୍ୱକରମେ ତୁହି ହୃଦୟେ ରହିବୁ
ସବୁରି ଆଶିଷ ପାଇ
ବଢୁ ଥିବୁ ଯଦି ଆଗକୁ ଆଗକୁ
ଦାନଦକ୍ଷିଣା ତୁ ଦେଇ ।
ଧନ ସମ୍ପତ୍ତି ଯେ &n
bsp; କ୍ଷଣସ୍ଥାୟୀ ପରା
ଆଜି ଅଛି କାଲି ନାହିଁ
ଦୁନିଆ ହାଟରେ ଯେତିକି ନାଟକ
ସବୁତ ତାହାରି ପାଇଁ ।
ପାରୁଅଛୁ ଯଦି ଅରଜି ପକାତୁ
ଅମାପ ଜ୍ଞାନକୁ ତୁହି
ଭାଙ୍ଗିବ ନାହିଁ କି ଛିଡିବ ନାହିଁ ସେ
ମଲା ଯାଏଁ ଥିବ ସେହି ।
ଜ୍ଞାନ ବଳେ ତୁହି ବଳିଆର ହୋଇ
ପାଇବୁ ମାନସମ୍ମାନ
ସାହିରେ ଭାଇରେ ସଭାସମିତିରେ
ବଢିବ ଆପଣା ମାନ ।