STORYMIRROR

sasmita sarangi

Inspirational

5  

sasmita sarangi

Inspirational

ଫେରିଆସ ଥରେ

ଫେରିଆସ ଥରେ

1 min
613

ଫେରିଆସ ଥରେ ମୋ ପାଖକୁ ଥରେ

 ଆଜି ବି ଝୁରେ ମୋ ମନ ,

ତୁମ ସ୍ମୃତି ସବୁ ସାଇତି ରଖିଛି

ମତେ ମିଳିଯିବ ପିଲାଦିନ ।।୧


ବୟସ ତମେ ଯେ ଏମିତି ଧାରା ଟେ

ବହି ଚାଲିଗଲ ଜଲଦି ,

ଧୂଳିବାଲି ଘର ସାଙ୍ଗସାଥୀ ମେଳ

ଯାଇଛି ତା ସାଥେ ଚାଲି ।।୨


ତମେ ଆସିଗଲେ ଫେରି ଆସିବ ମୋ

ପିଲାଦିନ ଆଉଥରେ ,

ଏ ଡାଳୁ ସେ ଡାଳ ଡେଇଁ ବୁଲିବି ମୁଁ

 ବିହଙ୍ଗ ମୁକ୍ତ ଆକାଶରେ ।।୩


ଗାଁ ଦାଣ୍ଡେ ନାଚି କୁଦି ବୁଲିବି

 କୁମାର ପୂର୍ଣ୍ଣମୀ ରାତି ,

ରଜ ଦୋଳି ଖେଳି ମାଆ ପଣତରେ

 ଘ୍ରମ ମୋର ପୋଛୁଥିବି।।୪


ହେ ସମୟ ତମେ ଫେରିଆସ ଥରେ

ହେଉ ପ୍ରତୀକ୍ଷାର ଅବସାନ,

ଧାଇଁ ଧାଇଁ ଆଜି ଥକି ମୁଁ ଗଲାଣି

ମନ ହେଲାଣି ବିଷର୍ଣ୍ଣ ।।୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational