STORYMIRROR

sasmita sarangi

Inspirational

3  

sasmita sarangi

Inspirational

ପୌରୁଷ

ପୌରୁଷ

1 min
119

ତୁମେ ହିଁ ସ୍ରଷ୍ଟା ତୁମେ ହିଁ ସଂହାର

 ତୁମେ ପୁରୁଷ ପୁଙ୍ଗବ  

 ତୁମ ଇଙ୍ଗିତରେ ଚଳେ‌ ପ୍ରକୃତି

 ଦେଖେ ତୁମ ପରାଭବ ।୧


ଯୁଗେ ଯୁଗେ ଅବତରୀ ଏ ମହୀରେ

 ଦୁଷ୍ଟକୁ ବିନାଶକରୀ  

ପୌରୁଷର ପରାକାଷ୍ଠା ଦେଖାଇଛ

ସାଧୁସନ୍ଥ ରକ୍ଷା କରି ।୨


ହିରଣ୍ୟକଷ୍ୟପୁ ଦର୍ପ ଦଳିଥିଲ

 ପଉରୁଷ ରକ୍ଷା ପାଇଁ  

ପାଷାଣୀ ଅହଲ୍ୟା ଶାପ ମୁକ୍ତ ହେଲେ

 ତୁମରି ପରଶ ପାଇ ।୩


ଯାଜ୍ଞସେନୀ ଲଜ୍ଜା ରଖିଥିଲ ତୁମେ

ମର୍ଯ୍ୟାଦାର ରକ୍ଷା ନେଇ  

ରଚିଦେଲ ମାୟା ପୁରୁଷାର୍ଥ ବଳେ

 ସଖା ରୂପେ ସାହା ହୋଇ ।୪


ସତ୍ୟରୁ ତ୍ରେତୟା ଦ୍ଵାପରରୁ କଳି

 ନାନା ରୂପେ ଅବତରି  

ସମ୍ଭାଳିଛ ତୁମେ ମେଦିନୀର ଭାର 

 ତୁମ ପଉରୁଷ ହରି ।୫


ଅନନ୍ତ ଖଗୋଳ ତୁମରି ନିର୍ଦ୍ଦେଶେ

 ହୁଅଇ ପରିବର୍ତ୍ତନ  

ତୁମ ପୌରୁଷର ଅବଦାନ ଏହି

 ତୁମେ ପୁରୁଷ ମହାନ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational