ଶାନ୍ତିଦୂତ ମହାତ୍ମାଗାନ୍ଧୀ
ଶାନ୍ତିଦୂତ ମହାତ୍ମାଗାନ୍ଧୀ
ସତ୍ୟ ଅହିଂସା ର ପ୍ରତୀକ, ଥିଲେ ମହାତ୍ମାଗାନ୍ଧୀ
ସମଗ୍ର ମାନବ ଜାତିକୁ, ଶାନ୍ତି ରଜୁ ରେ ବାନ୍ଧି ।
ସତ୍ୟ,ଶାନ୍ତି,ଦୟା,କ୍ଷମାର ଗୁଣେ ହୋଇ ଭୂଷଣ
ସକଳ ମାନବ ଜାତିର ହୋଇ ପ୍ରିୟ ଭାଜନ ।
ଆଧ୍ୟାତ୍ମିକ ଚିନ୍ତା ଚେତନା, ଦିବ୍ୟ ଗୁଣେ ଭୂଷିତ
ସରଳ ଜୀବନ ଯାପନ ତାଙ୍କ ଜୀବନ ବ୍ରତ ।
ପିତା କରମଚାନ୍ଦ ଗାନ୍ଧୀ, ମାତା ପୁତୁଲୀ ବାଈ,
ବାଳୁତକାଳୁ ସତ୍ୟନିଷ୍ଠ,ପୁଣି ଥିଲେ ବିନୟୀ ।
ଅହମଦାବାଦେ ସ୍ନାତକ, ସାରି ଗଲେ ବିଲାତ,
ଓକିଲାତି ପଢି ଲେଉଟି, ଥିଲେ ପୁଣି ଭାରତ ।
ଦକ୍ଷିଣ ଆଫ୍ରିକା ଗମନ, କଲେ ଚାକିରି ପାଇଁଁ,
ବର୍ଣ୍ଣ ବୈଷମ୍ୟର ଶିକାର ହେଲେ ଗାନ୍ଧିଜୀ ତହିଁ ।
ଗୋରା ସର୍କାରଙ୍କ ବିରୁଦ୍ଧେ ସତ୍ୟାଗ୍ରହରେ ମାତି,
ବରଣକଲେ କାରାଦଣ୍ଡ, ସହ ଖାଇଣ ଲାଠି ।
ପ୍ରବାସୀ ଭାରତୀୟଙ୍କର ହୋଇ ପ୍ରିୟଭାଜନ,
ମହାତ୍ମାରୂପରେ ସେଦିନୁ ଗାନ୍ଧୀ ହେଲେ ଗଣନ ।
ସର୍କାର ବିରୁଦ୍ଧେ ସଂଗ୍ରାମ କରି ଫେରି ଭାରତେ
ବ୍ରିଟିଶ୍ ଶାସନ ଦୋହଲି ଗଲା ତାଙ୍କ ଇଙ୍ଗିତେ ।
ଅସହଯୋଗ ଆନ୍ଦୋଳନ ଲବଣ ସତ୍ୟାଗ୍ରହ,
ଭାରତଛାଡ ଆନ୍ଦୋଳନ, କଲା ତାଙ୍କୁ ଅଥୟ ।
ବହୁବାର କାରାବରଣ,ସତ୍ୟାଗ୍ରହର ବଳୁ
ମୁକତ ହୋଇଲା ଭାରତ, ବ୍ରିଟିଶଙ୍କ କବଳୁ ।
ଆଜିର ଦିନରେ ବିଶ୍ଵର କୋଣ ଅନୁକୋଣରେ
ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମାନ, ଉଭା ଶାନ୍ତି ପ୍ରସାରେ ।
ଯେବେ ଜନ ସମାଜ ହେବ ଗରିବୀ ହିଂସା ମୁକ୍ତ
ତେବେ ଜାଇ ମହାତ୍ମାଙ୍କର ଆତ୍ମା ଲଭିବ ଶାନ୍ତ ।
ଅଭାଗା ଜନତା ପାଇଲେ, ମୁଠେ ଅନ୍ନ ବସନ,
ସନ୍ତୋଷ ଲଭିବେ ସକଳେ, ଶୁଣି ଆଜିର ଦିନ ।
