STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ବିଶ୍ଵ ପଖାଳ ଦିବସ

ବିଶ୍ଵ ପଖାଳ ଦିବସ

1 min
305


ମାର୍ଚ୍ଚ କୋଡ଼ିଏରେ ପାଳନ କରନ୍ତି

    ବିଶ୍ଵ ପଖାଳ ଦିବସ,

ଏ ଓଡ଼ିଆ ଜାତି କେଉଁ କାଳୁ ତାକୁ

    ସେବନ କରେ ହରଷ।


ପଖାଳ ଅଟଇ  ଓଡ଼ିଆଙ୍କ ପ୍ରାଣ

   ଓଡିଆ ଜୀବନ ଧନ

 ଗ୍ରୀଷ୍ମର ପ୍ରକୋପ ଶରୀରର ତାପ

   ତୃଷା କରଇ ହରଣ।


ଜଗନ୍ନାଥଙ୍କର ଅତି ପ୍ରିୟ ବୋଲି

  ଜାଣନ୍ତି ସାରା ଜଗତ,

ତେଣୁ ଏ ଜାତିର ଅତି ଆପଣାର 

   ଅଟଇ ପଖାଳ ଭାତ।


ପ୍ରବଳ ତାପରୁ ଝଂଜାପବନରୁ

  ଅଂଶୁଘାତୁ ଦିଏ ଟାଳି

ତେଣୁ ଓଡିଆଏ ଆଦର କରନ୍ତି 

  ଖାଆନ୍ତି ପଖାଳ ଥାଳି।


ଦହି,ଲେମ୍ବୁ,ଲଙ୍କା ପୋଦିନା,ଆମ୍ବଅଦା 

    ପ୍ରସ୍ତୁତ କରି ପଖାଳ

ସଙ୍ଗେ ଶାଗଭଜା  ବଡ଼ିଚୁରା ମଜା

    ଆଚାର,ପାମ୍ପଡ ମେଳ।


ଖାଇ ଖୁଆଇବା ପଡୋଶୀଙ୍କୁ ଦେବା

  ତା ସଂସ୍କୃତି ପରମ୍ପରା 

ଯହିଁ ବିରାଜିତ   ଜଗତର ନାଥ 

  ଆମ ଚଳନି ନିଆରା।


Rate this content
Log in

Similar oriya poem from Inspirational