STORYMIRROR

Ghanashyam Jena

Abstract

4  

Ghanashyam Jena

Abstract

ଅଷ୍ଟପ୍ରହରୀ ନାମଯଜ୍ଞ

ଅଷ୍ଟପ୍ରହରୀ ନାମଯଜ୍ଞ

1 min
229


କବି କୁସୁମଗୌରବ ଘନଶ୍ୟାମ ଜେନା 

ଦିବ୍ୟ ରାସସ୍ଥଳୀ ପଡ଼ଇ ଉଚ୍ଛୁଳୀ 

ମଧୁର ଏ ସମାବେଶ..ହୋ ଭକତେ,

ମଧୁର ମିଳନ ପରିବେଶ..ହୋ ଭକତେ।

ହରେକୃଷ୍ଣ ନାମ କୀର୍ତ୍ତନ ମଧୁର,

ଭକ୍ତ ଭଗବାନ ମିଳନ ମଧୁର

ଗାୟନ ମଧୁର,ବାୟନ ମଧୁର

ମଧୁର ଏ ନାମରସ ହୋ ଭକତେ।୧।

ପ୍ରେମ ଭାବେ ଭୋଳ, ଭକତ ସକଳ

ଆନନ୍ଦେ ମଗନ ନର୍ତ୍ତନ ମଧୁର,

କୀର୍ତ୍ତନ ମଧୁର, ନର୍ତ୍ତନ ମଧୁର

ମଧୁର ସେ ଭାବରସ ହୋ ଭକତେ।୨।

ଉଜାଣି ବହଇ, ଭକତି ଯମୁନା

ଭାବ ମନ୍ଦାକିନୀ ବାରି ସୁମଧୁର,

ଭକତ ମଧୁର, ଭକତି ମଧୁର

ମଧୁର ଏ ଭକ୍ତିରସ ହୋ ଭକତେ।୩।

ଶଙ୍ଖ ହୁଳହୁଳି, ପଡ଼ଇ ଉଚ୍ଛୁଳି 

ମୃଦଙ୍ଗର ତାନ, ଅଟଇ ମଧୁର,

ଗାନ ମଧୁର ତାନ ମଧୁର

ମଧୁର ଏ ପ୍ରେମରସ ହୋ ଭକତେ।୪।

କୀର୍ତ୍ତନ ମଣ୍ଡଳୀ, ମଧ୍ୟେ ରାସସ୍ଥଳୀ 

ହରେକୃଷ୍ଣ ନାମ, ଗାୟନ ମଧୁର,

ଚନ୍ଦନ ମଧୁର ସୁମନ ମଧୁର

ମଧୁର ଧୂପର ବାସ ହୋ ଭକତେ।୫।

କହେ ଘନଶ୍ୟାମ, ଅପୂର୍ବ ମିଳନ

ଭକ୍ତ ଭଗବାନ, ମିଳନ ମଧୁର,

ହରିବୋଲ ସ୍ଵନ, ଅଟଇ ମଧୁର

ସଦା ହରି ନାମ ରଟ ହୋ ଭକତେ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract