STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

ଭାଇଚାରାର ପର୍ବ ହୋଲି

ଭାଇଚାରାର ପର୍ବ ହୋଲି

1 min
118

  ଆସଇ ବସନ୍ତ ଶିଶିର ଶେଷେ 

ହସେ ଦଶ ଦିଶ ଶୋଭା ପ୍ରକାଶେ।

ଅବନୀର ଶୋଭା ଅତି ମଞ୍ଜୁଳ

ସରୋବରେ ବିକଶି ଶତଦଳ।

ଶୋଭାରାଜି ଅନୁପମ ଯେ

ମନ୍ଦ ମନ୍ଦ ବହେ ମଳୟ ପବନ

ହରି ନିଏ ଜନ ମନ ଯେ।୧।

ଋତୁରାଜ ଆସଇ ଉଲ୍ଲାସରେ

ଅବନୀ ମଣ୍ଡିତ ଫଳ ପୁଷ୍ପରେ

ପଞ୍ଚମ ତାନରେ କୋକିଳ ସ୍ୱନ

ପୂରିଉଠେ ଆମ୍ରବନ କାନନ

ଅପରୂପ ଉପବନ ଯେ

ବିବିଧ କୁସୁମେ ହୋଇ ବିମଣ୍ଡିତ

ଅଳି,ମଧୂପ ଗୁଞ୍ଜନ ଯେ।୨।

ଯୁଇ,ଜାଇ,ଚମ୍ପା,ମାଧବୀ,ମଲ୍ଲୀ

ନିଆଳି କୁସୁମ, ହେନା, ଶେଫାଳି

ଟଗର,ମନ୍ଦାର,ତରାଟ ଫୁଲ

ମାଧୁମାଳତୀର ଶୋଭା ମଞ୍ଜୁଳ

ରଜନୀଗନ୍ଧାର ବାସ ଯେ

ଆମ୍ବବଉଳର ଅପୂର୍ବ ସମ୍ଭାର,

ମହୁଲ ଫୁଲ, ପଲାସ ସେ।୩।

ଦୋଳ ପୂର୍ଣ୍ଣିମାର ମହାଆନନ୍ଦ

ବିମାନେ ବିଜୟ ଦୋଳ ଗୋବିନ୍ଦ

ଘର ଘର ବୁଲି ଖାଆନ୍ତି ଭୋଗ

ସଙ୍ଗେ ସଙ୍କୀର୍ତ୍ତନ ମଣ୍ଡଳୀ ଆଗ

ଭକତ କାନ୍ଧରେ ବିଜେ ଯେ 

ରାଧାରାଣୀ ସଙ୍ଗେ ଝୁଲି ଝୁଲି ରଙ୍ଗେ

ଚାଲନ୍ତି ମଜା ମଉଜେ ସେ।୪।

ନାଲିଆ,ନେଳିଆ,ହଳଦୀ ରଙ୍ଗ

ଫଗୁରେ ମଣ୍ଡିତ ପ୍ରଭୁ ଶ୍ରୀଅଙ୍ଗ

ଆହାକି ଅପୂର୍ବ ରୂପ ସୁନ୍ଦର

ଯୁଗଳ ମୂରତି କି ମନୋହର

ଭକ୍ତ ମେଳେ ଫଗୁଖେଳ ଯେ

ଦୋଳ ମଣ୍ଡପରେ ବିଜେ ରାଧାକୃଷ୍ଣ

ଦେଖି ଭକତ ବିହ୍ବଳ ଯେ।୫।

ଶାନ୍ତି ମୈତ୍ରୀ ପିରତିର ପରବ,

ଭାରତୀୟଙ୍କର ଗର୍ବ ଗୌରବ

ହସ ଖୁସିର ଅପୂର୍ବ ମିଳନ

ଭାଇ ଚାରାର ଏ ଦୃଢ଼ ବନ୍ଧନ

ଏହି ଆମ ରଙ୍ଗ ହୋଲି ଯେ,

ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ

ପାଳୁ ପ୍ରୀତି ରଙ୍ଗ ବୋଳି ଯେ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational