STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଜାଗି ଉଠ ହେ କବି

ଜାଗି ଉଠ ହେ କବି

1 min
256

ଜାଗି ଉଠ ହେ କବି !

ମନସ୍ତାପେ ଅବା ଅବଚେତନରେ

ପଡ଼ ନାହିଁ କେବେ ଭାଙ୍ଗି ଅବା ନଇଁ

କଲମ ମୂନରେ ଲେଖି ଚାଲ ଦୁର୍ବାର ଗତିରେ

ଅକ୍ଷୟ ସାହିତ୍ୟର କାବ୍ୟ କବିତା

ଉନ୍ମିଳିତ କରି ନୟନ କଳ୍ପନାର ରାଇଜେ

ଦେଖ କେତେ କେତେ ପ୍ରକଟେ ଅଭିନବ ଛବି

କିଏ ଭାସେ ଲୁହର ଗଭୀର ସାଗରରେ

କିଏ ହସେ ରଙ୍ଗମହଲର ରଙ୍ଗୀନ ଆଲୁଅରେ

କିଏ ଜଳେ ଅନ୍ତରର ଅନ୍ତର୍ଦାହେ ବାହୁନି ବାହୁନି

କିଏ ଜାଳେ ଆତଙ୍କର ବିଭୀଷିକାମୟ ଅଗ୍ନି

ନୀରବେ ନୀସ୍ତବ୍ଧେ ବସ ନାହିଁ ଭାବି।

ଜାଗି ଉଠ ହେ କବି !

କଲମ ତୁମର ନୁହେଁ ତ ସାମନ୍ୟ ନଗଣ୍ୟ

ସେ ଯେ ଖଣ୍ଡାଠାରୁ ଅଧିକ ଧାରୁଆ

ଅଧିକ ତୀକ୍ଷ୍ଣ ବଳଶାଳୀ ଶକ୍ତିଶାଳୀ ଅସ୍ତ୍ର

ଜୟ କରିପାରେ ସାରା ବିଶ୍ବକୁ

ସାହସ ସଞ୍ଚାରି ଦୁର୍ବଳକୁ ଦିଏ ଅସୀମ ଶକ୍ତି

ଦେଖି ମହାପ୍ରତାପୀ ହୁଏ ଭୀତତ୍ରସ୍ତ

ଲେଖି ପାରେ ଦରଦୀ ହୃଦୟର ବ୍ୟଥା

ବଦଳାଇ ଦେବାକୁ ପାଷାଣର କଠିନ ଛାତି

ସୃଷ୍ଟି କରିବାରେ ପ୍ରଳୟଙ୍କରୀ ମହାବିପ୍ଳବ

ପୂରଣ କରିବାକୁ ନ୍ୟାଯ୍ୟ ଅଧିକାରର ଦାବୀ

ଜାଗି ଉଠ ହେ କବି !

କବିତା ତୁମର ସମୃଦ୍ଧ କରିବ ବାଣୀ ଭଣ୍ଡାର

ପଂକ୍ତିରେ ପଂକ୍ତିରେ ଦେବ ଦିବ୍ୟ ଚେତନା

ଅସହାୟ ଦୁଃଖୀଙ୍କର ହେବ ସାହାରା

ଭରିଦେବ ଅସୁମାରି ଆନନ୍ଦର ଜୁଆର 

ମନ ପ୍ରାଣରୁ ଦୂର କରିବ ଭୟ ଭ୍ରାନ୍ତି

ଆଣି ପାରିବ ଜୀବନ ଯଜ୍ଞର ପୂର୍ଣ୍ଣାହୁତି

କବିତାର ନବରସ ମେଣ୍ଟାଇ ଜ୍ଞାନର ପିପାସା

କ୍ଳାନ୍ତ ଶ୍ରାନ୍ତ ପଥିକକୁ ଦିଏ ବଟବୃକ୍ଷର ଛାୟା

ଆଣିପାରେ ବିରହୀ ବିଚ୍ଛେଦ ପ୍ରାଣରେ

ପ୍ରେମ ମିଳନର ମଧୁର ଭାବ ଭାଷା

କରିପାରେ ହୃଦୟକୁ ନିଷ୍ପାପ ପବିତ୍ର ମହାନ

ମନରୁ ଦୂରେଇ ଦେଇପାରେ ମୋହ ମାୟା

ଜାଗି ଉଠ ହେ କବି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational