STORYMIRROR

Mahesweta Panigrahi

Inspirational

5  

Mahesweta Panigrahi

Inspirational

ଫେରିବ ପୁଣି ଥରେ

ଫେରିବ ପୁଣି ଥରେ

1 min
422


ମୋ ଦେଶ ଉତ୍କଳ ଚାରୁ କଳାଶୀଳ

ପରାକ୍ରମୀ ପରିପୂର୍ଣ୍ଣ,

ତା' କୋଳ ମଣ୍ଡିଲ ଜନମ ଲଭିଲ

ନେତାଜୀ ହେ ତୁମେ ଧନ୍ୟ।


ତୁମରି ଆହ୍ବାନ ଏକ କଲା ଭିନ୍ନ

ଶାଣିତ ତୁମର ବାକ୍ୟ,

ସେଇ ଆଧାର ରେ ଚଳିଗଲେ ବୀରେ

ଦେଖାଇଲେ ନିଜ ସାକ୍ଷ୍ୟ।


ବଦଳେ ରକତେ ଏ ଦେଶ ଭାରତେ

ସ୍ବାଧିନ ହୋଇବା ପାଇଁ,

ଆପ୍ରାଣ ଉଦ୍ୟମ ତୁମ ବଳିଦାନ

ଏ ଜାତି ଭୁଲିବ ନାହିଁ।


ହୋଇଛୁ ସ୍ଵାଧୀନ ତଥାପି ମଳିନ

ଲାଗେ ପରଧିନୁ ବଳି,

ନାହିଁ ଆଉ ତାତି ସେ ଦେଶ ଭକତି

ଗଲାଣି ପୁରା ମଉଳି।


ପ୍ରତିଗୋଟି ପାଦ ଗଣୁଛି ପ୍ରମାଦ

ବିପଦ ଆସୁଛି ମାଡି,

ନାହିଁ ସେ ଚେତନା ନାହିଁ ଉନ୍ମାଦନା

ସ୍ବାର୍ଥ ଯାଉଛି ବଢ଼ି।


ରକ୍ତେ ଦେଶପ୍ରେମ ଆଜି ବି ଉତ୍ତମ

ସୁପ୍ତ ଅବସ୍ଥା ରେ ଅଛି,

ତୁମ ଭଳି ନେତା ଏ ମାଟି ଜନତା

ଲୋଡୁ ଅଛି ବୋଧେ ଆଜି।


ଜାଗ୍ରତ ପ୍ରହରୀ ଚାହଁ ଥରେ ଫେରି

ଆମେ ଚାହୁଁ ତୁମ ସଙ୍ଗ,

ନାଆ ଟଳଅଳ ଅଥୟ ବ୍ୟାକୁଳ

ଭିଡ଼ି ଧର ତୁମେ ମଙ୍ଗ।


ତୁମରି ଡାକ ରେ ଶୁକ କି ପିକ ରେ

ସମଗ୍ର ମାନବ ଜାତି,

ଉଠିବେ ତକ୍ଷଣେ ତୁଚ୍ଛ ଏ ଜୀବନେ

ରକତ ଉଠିବ ତାତି।


ପୁଣ୍ୟ ମୋ ଭୂଇଁ ରେ ତୁମେ ପୁଣି ଥରେ

ଜନମ ଲଭ ହେ ବୀର,

ଉଦ୍ଧାର ଏ ଜାତି ଭରି ଦେଶ ପ୍ରୀତି

ତୁମେ ପୁଣି ଥରେ ଫେର।


ପୁଣି ଲହୁ ଢାଳି ଦେବୁ ପ୍ରାଣ ବଳି

ଏଥିରେ ନାହିଁ ସନ୍ଦେହ,

ସମଗ୍ର ବିଶ୍ବରେ ସ୍ଵର୍ଣ୍ଣ ଅକ୍ଷର ରେ

ଭାରତ ହିଁ ହେବ ଶ୍ରେୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational