STORYMIRROR

Mahesweta Panigrahi

Romance

3  

Mahesweta Panigrahi

Romance

ଆଜି ବି

ଆଜି ବି

1 min
168


ଆଜି ବି

ସେଇ ପ୍ରଣୟର ତିକ୍ତ ଅନୁଭୂତିରେ

ହଁ ମନେପଡ ତୁମେ

କେବେ ଅପେକ୍ଷା ରେ

କେବେ ଉପେକ୍ଷା ରେ..


ଆଜି ବି ସେଇ ମଧୁଝରା ମଧୁର ଗୀତିରେ

ହଁ ମନେପଡ ତୁମେ

କେବେ ଗୀତ ସୁରେ

କେବେ ଅଶ୍ରୁ ଝରେ..


ଆଜି ବି ମୋ ହୃଦ କନ୍ଦରରେ ରେ

ବିରାଜମାନ ତୁମେ

କେବେ ସ୍ପନ୍ଦନ ରେ

କେବେ କମ୍ପନ ରେ....


କିନ୍ତୁ, ଆଜି ବି

ସେଇ ସ୍ବପ୍ନଟିଏ ତୁମେ

କେବେ ଦରିଆ ସେପାରେ

କେବେ ଦୂର ଆକାଶରେ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance