ହୀନମନ୍ୟତା
ହୀନମନ୍ୟତା
1 min
142
କ୍ଷମା ଚାହେଁ ଆଗ ଗୁରୁ ଗୁରୁଜନ
ବିଚାର କର ମୋ କଥା,
ଜ୍ଞାନୀଗୁଣି ଏଠି ବହୁତ ଅଛନ୍ତି
ଭାଜ ତୁମ ନିରବତା।
ଅଜ୍ଞାନୀ ମୁହିଁ ନୁହେଁ ଅବିବେକୀ
ଜାଣିପାରେ ମିଠା ପିତା,
କିଛି ଲୋକ କାହିଁ ଏମିତି ଅଛନ୍ତି
କାଟି ବସନ୍ତି ସେ ଚିତା।
ଦେଇଛନ୍ତି ତାଙ୍କୁ ଦିଅଁ ଯେତେସବୁ
ଶବ୍ଦରେ ନୁହେଁ ଗଣିତା,
ଜ୍ଞାନ ଧନ ପୁଣି ବିବେକୀ ପଣରେ
ଅଟନ୍ତି ଜଗତଜିତା।
ତଥାପି ଏମିତି କର୍ମ ସେ କରନ୍ତି
ଦେଖି ବଢ଼ିଯାଏ ଚିନ୍ତା,
କିଏ କାଳେ ଯିବ ଉପରକୁ ଉଠି
କାଟି ଦେଉଥାନ୍ତି ଫିତା।
ଥରିଉଠେ ତାଙ୍କ ଇନ୍ଦ୍ର ସିଂହାସନ
ହଜିଯାଏ ତାଙ୍କ ଚେତା,
ପାଦେ କିଏ ସତେ ପଡ଼ିବ କି ବଳି
ଭାବି ପଡିଯାନ୍ତି ଶେତା।
ଟାଣିବାକୁ ଗୋଡ ଧରି ଦଳବଳ
କରନ୍ତି ଉଦ୍ୟମ ବୃଥା,
ପ୍ରାପ୍ୟ ଯାହାର ଯେମିତି ମିଳିବ
ତୁଛାକୁ ହୀନମନ୍ୟତା।
