STORYMIRROR

Mahesweta Panigrahi

Inspirational Others

4  

Mahesweta Panigrahi

Inspirational Others

*ମୋ ଦେଶ*

*ମୋ ଦେଶ*

1 min
276


ଦେଶଟି ମୋର ଜଗତେ ସାର

ଭାରତ ଯା'ର ନାମ,

ଶ୍ରେଷ୍ଠ ସିଏ ସ୍ରଷ୍ଟା ଗଢେ

କରି କରାଏ କର୍ମ।


ତପିଙ୍କ ତପ ଉଜ୍ଜ୍ବଳ ଦୀପ

ବୀର ସେ ପରାକ୍ରମ,

ଅଦ୍ଭୁତ ପୁଣି କଳା ସ୍ଥାପତ୍ୟ

ଜଗତେ ଉଚ୍ଚ ତା' ନାମ।


ଶସ୍ୟେ ପୂରା ସମ୍ପଦେ ଭରା

ସ୍ଵର୍ଗ ଭଳି ଧାମ,

ନାହିଁ ଯେ ତା'ର ତୁଳନା କାହିଁ

ନାହିଁ କେ ତା'ର ସମ।


ମରୁତ ଗାଏ ରାଗିଣୀ ପ୍ରାୟେ

ତରଙ୍ଗ ଖେଳେ ଭ୍ରମ,

ବୃକ୍ଷରାଜି କୁହନ୍ତି ହେଜି

ଲେପନ୍ତି ଚତୁଃସମ।


ଶତ୍ରୁ ଦେହର ଶୋଣିତ ଧାରେ

ଚର୍ଚ୍ଚିତ ସଦା ଚର୍ମ,

ସୀମାରେ ଜାଗେ ଖରା ବରଷା

ସିପାହୀ ଭାଇ ଆମ।


ଆମ ସଂସ୍କୃତି କହିଲେ ଅତି 

ନୀତି, ଆଦର୍ଶ ଓ ଧର୍ମ,

କୋଳେଇ ନିଏ ଭାଇଚାରାକୁ

ଏକତା ତା'ର ମର୍ମ।


ଜନ୍ମିଛନ୍ତି ମହାପୁରୁଷ ସେ

ଏ ମାଟିର କୋଟି ପୁଣ୍ୟ,

ତାହାଙ୍କ ଆମେ ଦାୟଦ ବୋଲି

ଜୀବନ ଆମ ଧନ୍ୟ।


ମନ ମନ୍ଦିରେ ଜାଳି ପ୍ରଦୀପ

ଦୂରୀଭୂତ କର ତମ,

ପରାଣ ଯାଏଁ ପ୍ରାଣ ଏ ଗାଉ

ବନ୍ଦେ ମାତରଂ।

ବନ୍ଦେ ମାତରଂ।

ବନ୍ଦେ ମାତରଂ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational