STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଦେଖ ଲୋ ସଙ୍ଗାତ

ଦେଖ ଲୋ ସଙ୍ଗାତ

1 min
203

ଦେଖା ଲୋ ସଙ୍ଗାତ

ଦୋଳ ବିମାନରେ

ରାଧା ରାଣୀ ସଙ୍ଗେ

ବିଜେ କରିଛନ୍ତି ଜଗତ ନାଥ।

 ଦେଖ ଲୋ ସଙ୍ଗାତ    

ଏ କାନ୍ଧେ ସେ କାନ୍ଧ

ବିମାନରେ ଝୁଲି

ଭୋଗ ଖାଉଛନ୍ତି 

ଘର ଘର ବୁଲି

ପ୍ରେମର ପୀୟୂଷ ଝରି ପଡୁ ଅଛି


ପ୍ରଭୁଙ୍କର ଲୀଳା ଦେଖେ ଜଗତ।

 ଦେଖ ଲୋ ସଙ୍ଗାତ   


ରାଗ ହିଂସା ଦ୍ୱେଷ 

ନାହିଁ କା ମନର

ଭାଇଚାରା ଭାବ

ବୁଣନ୍ତି ଠାକୁର

ଭାବର ଠାକୁର ଭାବେ ବନ୍ଧା ପରା

ଆହା କି ସୁନ୍ଦର ଏ ଦୋଳ ଯାତ।

 ଦେଖ ଲୋ ସଙ୍ଗାତ    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational