STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଗୁରୁ ପଦେ ନମସ୍କାର

ଗୁରୁ ପଦେ ନମସ୍କାର

1 min
21


ଜୟ ଜୟ ଜୟ ଗୁରୁ ବାଞ୍ଛା କଳ୍ପତରୁ 

ଗୁରୁ ବିନା ଏ ସଂସାରୁ କିଏ ବା ଉଦ୍ଧାରୁ।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନି ରୂପେ ଏକ

ଗୁରୁ ଆଶୀର୍ବାଦେ ହଟେ ସକଳ ସନ୍ତାପ।

ଗୁରୁ ନାମ ଏ ସଂସାର ତାରଣ ରେ ନାବ

ଗୁରୁ ସ୍ମରଣ ରେ ଦୂର ସମସ୍ତ ବିପଦ।

ଅଜ୍ଞାନ ଅନ୍ଧାର ଦୂର କରିଥାନ୍ତି ଗୁରୁ

ଗୁରୁ ହିଁ ଅଟନ୍ତି ପରା ବାଞ୍ଛା କଳ୍ପତରୁ।

ସେପ୍ଟେମ୍ୱର ପାଞ୍ଚ ଆଜି ଗୁରୁଙ୍କର

ଦିନ

ଗୁରୁ ପାଦ ପଦ୍ମ ପୂଜି ହେବି ଭାଗ୍ୟବାନ।

ଧୂପ ଦୀପ ନୈବେଦ୍ୟ ରେ ଗୁରୁଙ୍କୁ ପୂଜିବା 

ଗୁରୁଙ୍କ ପାଦ ପଙ୍କଜେ ସମର୍ପିତ ହେବା।

ଗୁରୁ ପଦେ ଗତି ଗୁରୁ ପଦେ ମୁକ୍ତି

   ଗୁରୁ ନାମ କରି କାତ

ଏ ଭବ ସାଗରୁ ପାର ହୋଇ ଯିବା 

  ଗୁରୁ ପଦେ ରଖି ଚିତ୍ତ।

 ଗୁରୁ ପଦେ ରଖି ଚିତ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational