STORYMIRROR

Kalandi pal

Inspirational

5  

Kalandi pal

Inspirational

ଶୁଣ ହେ ମହାପୁରୁଷ

ଶୁଣ ହେ ମହାପୁରୁଷ

1 min
506


କମ୍ପେ ମଇଦାନ  ଆଜି ଘନ ଘନ

   କମ୍ପି ଉଠେ ପୁର ପଲ୍ଲୀ

ସ୍ବାଧିନ ସ୍ଲୋଗାନ  ପ୍ରତିଧ୍ଵନି ମାନ

    ଗୁଞ୍ଜରିତ ହୁଏ ଖାଲି

 ଆଉ, କେତେ ବାହାସ୍ପଟ ମାରି

କହିବୁ ସ୍ଵାଧୀନ  ହୋଇ ପରାଧୀନ

    ନିତି ପଡ଼ିଥାଉ ବଳି ।।


ଜୟ ଜୟ ଗାନ   ଶୁଣୁଅଛି କର୍ଣ୍ଣ

    ଶୁଣ ହେ ମହାପୁରୁଷ

ସ୍ୱର୍ଗେ ରହି ତୁମେ ଦେଖ ଏହିକ୍ଷଣେ

    ହାତେ ଗଢିଥିବା ଦେଶ

  ତୁମ, ବଂଶଧର କାପୁରୁଷ

ମୁଖରେ ଅମୃତ  ବାକ୍ୟ ବୀର ସତ

    ଅନ୍ତରେ ଭରିଛି ବିଷ ।।


ବିଦେଶୀ ଶାସନ ହେଲା ବେଇମାନ

    ପିଉଥିଲେ ରାଜା ରକ୍ତ 

ସ୍ୱଦେଶୀ ଶାସନେ ଓଡସ ସମାନେ

     ଝୁଣି ପିଅନ୍ତି ଶୋଣିତ 

  ବନ୍ଧା, ଟଙ୍କା ପାଶେ ଗଣତନ୍ତ୍ର

ନୁହେଁ ଗଣତନ୍ତ୍ର     ଇଏ ସ୍ୱାର୍ଥତନ୍ତ୍ର

    ସ୍ବାର୍ଥ ତାଙ୍କ ମୂଳମନ୍ତ୍ର ।।


ବିଚ୍ ବଜାରରେ  ନିଲାମ ଯେ ହୁଏ

      ନିରୀହର ସନମାନ

ଦେଖୁଥାଅ ତୁମେ  ହେ ମହାପୁରୁଷ

      ଏଇ କଣ ପ୍ରତିଦାନ

    ତୁମ, ଆଦର୍ଶର ଗୁଣ ଗାନ

କୁହନ୍ତି ମୁଖରେ   ଓଲଟା କାମରେ

     ଦେଶ ବଡ଼ପଣ୍ଡା ଗଣ ।।


ଅହିଂସାର ପଥେ  ଥାଇ ଅବିରତେ

    ବିଦେଶୀଙ୍କୁ ଦେଲ ତଡି

କେଇଟା ଦିନରେ ଏ ମାନବ ଭୁଲେ

     ହିଂସାକୁ ଧରେ ଜାବୁଡି 

   ମିଛେ,ସଭାରେ ଛାଡନ୍ତି ରଡ଼ି

ସଭା ଅବସାନେ  ସ୍ବାର୍ଥ ମଇଦାନେ

    ଖୋଲନ୍ତି ସ୍ୱାର୍ଥର ପେଡ଼ି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational