STORYMIRROR

Kalandi pal

Inspirational

4  

Kalandi pal

Inspirational

ବିରାଜନ୍ତି ମାତା ଗଜ ପୃଷ୍ଠରେ

ବିରାଜନ୍ତି ମାତା ଗଜ ପୃଷ୍ଠରେ

1 min
18


   ନିର୍ମଳ ଆକାଶେ ତାରକା ମେଳେ

   ଶାରଦ ଜୋଛନା ଶୀତଳ ଢାଳେ

       ମର୍ତ୍ତ୍ୟ ଧାମରେ

   ବିରାଜନ୍ତି ମାତା ଗଜ ପୃଷ୍ଠରେ ।।


   ସରସେ ସରସୀ ଜଳେ ସାରସ

   ସ୍ମିତହାସ୍ୟ ସ୍ଫୁରେ ହୋଇ ହରଷ

        ପୁଣ୍ୟ ପରଶ

   ଶ୍ରୀ ହସ୍ତେ ଶୋଭନ ବିତରି ବାସ ।।


   ଧରାକୁ ଛୁଇଁଛି   ଧରମ ମାସ

   ପ୍ରାତଃ ସ୍ନାନ ସାରି ଭକ୍ତ ହରଷ

       ସନ୍ଧ୍ୟା ପ୍ରତ୍ୟୁଷ

   ଭାସି ଆସେ ମୃଦୁ ନାମର ରସ ।।


   ପୂର୍ବ ପକ୍ଷେ ପିତୃ   ପୁରୁଷ ସର୍ବେ

   ଆନନ୍ଦ ଉଲ୍ଲାସେ ଆସିଲେ ନଭେ

        ସେ ଫେରି ଯିବେ

   ଜାଳି ଦୀପାବଳି ଆନନ୍ଦ ରବେ।।


   ରମଣୀ ରତନ ସେ ରାଧା ଗୋରୀ

   କୁଞ୍ଜରେ ବସିଛି    ମନକୁ ମାରି

        ସେ ବଂଶୀ ଧାରି

   ବଂଶୀ ସ୍ଵନେ ଚିତ୍ତ କରିଛି ଚୋରି ।।


   ରାଇ ଦାମୋଦର ବେଶ ସୁନ୍ଦର

    ଚହଟି ଉଠିବ ସେ ଗୋପପୁର

        ରାସ କୁଞ୍ଜରେ

    ଯୁଗଳ ମୂରତି ଭକ୍ତି ରସରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational