Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Inspirational

5.0  

KRUTIBAS NAYAK

Inspirational

ମଧୁବାବୁଙ୍କୁ ଖଣ୍ଡେ ଚିଠି

ମଧୁବାବୁଙ୍କୁ ଖଣ୍ଡେ ଚିଠି

1 min
407



ମାଆ ମାଆ ବୋଲି ଡାକୁଥିଲ ତୁମେ ଶୁଣିଲେ ନାହିଁ ସେ ମାଆ,

ଭାଇ ଭାଇ ବୋଲି ଡାକିଲ ଯାହାକୁ ସିଏ ହେଲେନାହିଁ ସାହା |


ମଥାରେ ପଗଡ଼ି ନିଜ ଅଣ୍ଟାଭିଡ଼ି ବୁଲିଲ ରାଇଜ ସାରା,

ରାଜା ପ୍ରଜା ଚାଷୀ ଭେଦଭାବ ନାଶି ବଢ଼ାଇଲ ଭାଇଚାରା |


ଓଡ଼ିଆ ଜାତିର କାନେ ଶୁଣାଇଲ ଏଇ ରାଜ୍ୟ ବୀରଭୂମି,

ଓଡ଼ିଶାର ଭାଷା ଅତ୍ୟନ୍ତ ଉନ୍ନତ ଆସ ତା'ର ପାଦଚୁମି |


ତୁମରି ସପନ ସାକାର ହୋଇଲା ଓଡ଼ିଶା ସ୍ୱତନ୍ତ୍ର ହେଲା,

ଓଡ଼ିଆ ଭାଷାରେ ଚାଲିବ ଶାସନ ଏ'କଥାଟି ମୂଳଥିଲା |


ସ୍ୱାଧୀନ ଦେଶର ସମ୍ବିଧାନ ଲେଖି କହିଲେ ଦେଶର ନେତା,

ନିଜ ମାତୃଭାଷା ବିକାଶ ଦିଗରେ ନିଜରାଜ୍ୟ କରୁଚିନ୍ତା |


ନବକୃଷ୍ଣବାବୁ ମୁଖ୍ୟମନ୍ତ୍ରୀ ହୋଇ ଗଢ଼ିଥିଲେ ଭାଷାନୀତି,

ଇଂରାଜୀ ପ୍ରୀତିରେ ଅଯୋଗ୍ୟ ଅମଲା ଫଟାଇଲେ ଭାଷାଛାତି |


ଯେଉଁଭାଷା ପାଇଁ କରିଲ ଲଢେଇ ତଳକୁ ଯାଏ ସେ ଭାଷା,

ଓଡ଼ିଆ ବେପାରୀ, ସରକାରୀ କଳେ ଛାଡ଼ୁନି ଇଂରାଜୀ ନିଶା |


ଜାନକୀ କହିଲେ-"ଏଥର ଚାଲିବ ଓଡ଼ିଆ ଶାସନ କଳେ",

ଫସର ଫାଟିଲା ଚକହେଲା ଢିଲା ଅମଲା ଚକ୍ରାନ୍ତ ବଳେ |


ଏବେ ବି ଜନନୀ କରୁଛି ରୋଦନ ତା' ତୁଣ୍ଡରେ ନାହିଁଭାଷା,

ଜନତା ଚାପରେ ଏଥର ନବୀନ ଦେଖାଇଲେ ନୂଆଆଶା |


ଅକର୍ମା ଠକଙ୍କୁ ଦଣ୍ଡ ଦେବାପାଇଁ କାଗଜରେ ଅଛି ନୀତି,

ଇଂରାଜୀ ଲେଖନ୍ତି ଓଡ଼ିଆକୁ ତେଜି ଅଯୋଗ୍ୟ ଫୁଲାନ୍ତି ଛାତି |


ନିଜର ମାଆକୁ ସମ୍ମାନ ଦେବାକୁ କୁଣ୍ଠିତ ଆମର ନେତା,

ମାତୃଭୂମି ପ୍ରତି ନାହିଁ ତିଳେଭକ୍ତି ମାତୃଭାଷା ଲାଗେ ପିତା |


ଅଳପ ପାଠୁଆ ଶିକ୍ଷିତ ବୋଲାନ୍ତି ନଜାଣି ଅତୀତ ଗାଥା,

ନିର୍ଭୁଲ ଇଂରାଜୀ ଧାଡ଼ିଏ ଆସେନି ମୂର୍ଖଙ୍କୁ କହନ୍ତି କଥା |


ଫେରିଆସ ଥରେ ଦେଖିଯାଅ ତୁମ ଜାତି-ଭାଷାର କି' ସ୍ଥିତି,

ପ୍ରଶାସକ ଆଉ ଶାସକ ମନରେ ଜାଗୁ ଟିକେ ଭାଷାପ୍ରୀତି |



Rate this content
Log in