STORYMIRROR

Bijoy Jena

Inspirational

3  

Bijoy Jena

Inspirational

ଇଶ୍ଵରାମ୍ମା ସ୍ମରଣେ

ଇଶ୍ଵରାମ୍ମା ସ୍ମରଣେ

1 min
241


ଇଶ୍ଵର ଆମ୍ମାଙ୍କ ଜନମ ତିଥିରେ

   ମନେପଡେ ତାଙ୍କ ତ୍ୟାଗ

ବାବା ବାଛିଥିଲେ ଏ ଭଳି ମାଆଙ୍କୁ

   ଜନମ କାଳ ସଂଯୋଗ।


ଗାଉଁଲି ମାଆର ସ୍ଵଳ୍ପ ଶିକ୍ଷା ମଧ୍ୟେ

    କରୁଣାର ସ୍ରୋତ ଝରି

ସତ୍ୟସାଇ ହେଲେ ଯୁଗ ଅବତାର

    ଜଗତେ ଗଲା ପ୍ରସରି।


ପୂତ୍ତପର୍ଥି ଗ୍ରାମ ରାଜୁ ପରିବାର

   କିଏ ନ ଜାଣିଛି କହ

ଗୋଟିଏ ମାଆର ସ୍ନେହ ପ୍ରୀତି ଭାବ

   ବାସିଗଲା ମହ ମହ।


ଜନତାର ସେବା ପାଇଁ ନିଜେ ସାଇ

    ଜୀବନକୁ କରି ପଣ

ମାଆଙ୍କ କଥାରେ ଆପେ ଗଢା ହୋଇ

    ସାଧିଲେ ବିଶ୍ଵ କଲ୍ୟାଣ।


ସାଇ ବାଣୀ କୁହେ ମାଆ ଙ୍କୁ ସମ୍ମାନ

    ମାତୃଭୂମିକୁ ସମ୍ମାନ

ଏ ଜୀବନେ ଯିଏ ପ୍ରଦାନ କରଇ

    ବଢି ବଢି ଯାଏ ମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational