STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପିଲାଙ୍କର ସଫଳତାରେ

ପିଲାଙ୍କର ସଫଳତାରେ

1 min
275


ଖୁସି ସବୁଠାରୁ ପିଲାଙ୍କ ସଫଳେ

  ପିତୃମାତୃ ପର ଯହିଁ 

ଆନନ୍ଦ ଅପାର ଉତ୍ସବ ଗୃହରେ

  ଲଡୁ ବଣ୍ଟା ହୁଏ ତହିଁ।


ହୋଇଛି ପ୍ରଥମ ପୁତ୍ରଟି ତାଙ୍କର

  ଖୁସିର ଠିକଣା ନାହିଁ 

ଦିଅଁଙ୍କ ପୂଜନ ଭକ୍ତିରେ କରନ୍ତି 

  ଅତି ଉତ୍ସାହିତ ଯହିଁ।


ଅଭିନନ୍ଦନଟି ଆସେ ଘନେ ଘନେ

 ବନ୍ଧୁ ଓ କୁଟୁମ୍ବ ଘରୁ 

ସଙ୍ଗସାଥି ଗୃହେ ହୋଉଛନ୍ତି ରୁଣ୍ଡ

 ଖୁସିର ଉତ୍ସବ ଶୁରୁ।


ବୈଞ୍ଜନ ବନୁଛି ଗୃହରେ ସ୍ବାଦିଷ୍ଟ

 ଅତି ଉତ୍ସାହିତ ଗୃହେ 

ଅଜା ଆଈ ତହିଁ ଅତି ଆନନ୍ଦିତ

 ନାଚୁଛନ୍ତି ସେହୁ ଗୃହେ।


ଦିଅନ୍ତି ଚୁମ୍ବନ ନାତିକୁ ତାଙ୍କର

 ଗର୍ବିତ କଲୁରେ ନାତି 

ଇଚ୍ଛା ବଞ୍ଚିବାରେ ଅଧିକ ହେଉଛି

 ଆଦର କରିବୁ ନାତି।


ପ୍ରଥମ ହୋଇଛୁ ଶ୍ରେଣୀରେ ତୁହିରେ

 ଦେଉଅଛୁ ଆଶୀର୍ବାଦ 

ନାମ ରଖିବୁରେ ଆମ ଅଞ୍ଚଳରେ

 ଥିବ ଗୁରୁ ଆଶୀର୍ବାଦ।


ପ୍ରଭୁ ଜଗନ୍ନାଥ ନଜର ରଖିବେ

 ଉଜ୍ଜ୍ୱଳ ଭବିଷ୍ୟ ହେବ 

ପୁଅ ବହୁ ମୋର ଗର୍ବିତଟି ଆଜି

 ଉନ୍ନତି ତୋହରି ହେବ।


ଦିଅନ୍ତି ବୈଞ୍ଜନ ବାଳକଙ୍କୁ ତହିଁ

 ମାତା ଆଜି କେତେ ଖୁସି

ନ ହେବ କାହିଁକି ପ୍ରଥମ ହୋଇଛି

 ପୁତ୍ରର ଉତ୍ତୀର୍ଣ୍ଣେ ଖୁସି।


ସ୍ୱାମୀକୁ କହୁଛି ପଣ୍ଡିତକୁ କୁହ

 ଆସିବେଟି ଆମ ଘରେ 

ସତ୍ୟନାରାୟଣ ପୂଜାଟି କରିବା

 ଆଜିଟି ଆମରି ଘରେ।


ଦେବେ ଆଶୀର୍ବାଦ ପୁତ୍ରକୁ ଆମର

 ହୋଇବ ସବୁ ମଙ୍ଗଳ 

କରିବେ କରୁଣା ପ୍ରଭୁ ନାରାୟଣ

  ମଙ୍ଗଳ ହେବ ସକଳ।


ଉନ୍ନତି କରିବ ପୁତ୍ରମଣି ଆମ

  ସମାଜେ ରଖିବ ନାମ 

ପୂର୍ଣ୍ଣ ମନୋବାଞ୍ଚା ହେବ ଦୁହିଁଙ୍କର

  ଅର୍ଜିତ କରିବ ନାମ।


ଶୀଘ୍ର କର ତୁମେ ଯାଇ କହିଆସ 

 ନୈବେଦ୍ୟ ଆଣ ବଜାରୁ 

ଆନନ୍ଦିତ କଲା ପୁତ୍ରମଣି ଆମ

 ଆଣ ପୋଷାକ ବଜାରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational