STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ଶ୍ଵାନ

ଶ୍ଵାନ

1 min
13.8K


ମଣିଷମାନଙ୍କ ବହୁ ଉପକାରୀ

ଛୋଟିଆ ଏ ଜୀବ ଶ୍ଵାନ

ତାହାରି ଗୁଣକୁ ଆଜି ମୁଁ ଗାଉଛି

ଶୁଣ ଦେଇ ମନ ଧ୍ୟାନ ।୧।

ସେନାବାହିନୀରେ ନିଯୁକ୍ତି ହୁଅନ୍ତି

ସାହସୀ ଏ ଶ୍ଵାନ ଜୀବ

ବିସ୍ଫୋରକ ଆଉ ମାରଣା ଅସ୍ତ୍ରକୁ

କରିଥାଏ ସିଏ ଠାବ ।୨।

ମହାଭାରତରେ ଧର୍ମଦେବତା ବି

ନେଇଥିଲେ ଶ୍ଵାନ ରୂପ

ଯୁଧିଷ୍ଠିରଙ୍କର ଜାଣିବା ପାଇଁକି

ମହାନ ସଚ୍ଚୋଟ ଛାପ ।୩।

ପରିବେଶକୁ ସେ ସଫା କରିଥାଏ

ଖାଇକି ମଣିଷ ମଳ

ଚୋର ଧରିବାରେ ଶ୍ଵାନଟିଏ ଥିଲେ

ପୋଲିସର ବହୁ ବଳ ।୪।

ପୋଷା ମାନି ସିଏ ମଣିଷମାନଙ୍କ

କାମ କରିଥାଏ ଚୋଖା

ଜଗୁଆଳ ଭଳି ଘର ଜଗି ସିଏ

ଚୋରଙ୍କଠୁ କରେ ରକ୍ଷା ।୫।

ମାଲିକ ମନର ସୁଖଦୁଃଖ କଥା

ପାରିଥାଏ ସିଏ ଜାଣି

ମଣିଷମାନଙ୍କ ଭାରି ଉପକାରୀ

ଶ୍ଵାନ ହିଁ ବିଶ୍ୱାସୀ ପ୍ରାଣୀ ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational