ହେ ମଣିଷ ୩
ହେ ମଣିଷ ୩
1 min
357
.
ଯେତେ ବୃକ୍ଷଲତା ଦୁନିଆରେ ଅଛି
ଦିଅ ସବୁ ସଫା କରି
ଯେତେ ପଶୁପକ୍ଷୀ ଏଠାରେ ଅଛନ୍ତି
ଦିଅ ସମସ୍ତଙ୍କୁ ମାରି ।।
ଜଳକୁ ଦୂଷିତ କରି କରି ତାହା
କରିଦିଅ ପୁରା ବିଷ
ପବନରେ ଧୂଆଁ ମିଶାଅ ଯେମିତି
କରି ହେବନାହିଁ ଶ୍ବାସ ।।
ଗଛଲତା ପଶୁ ପକ୍ଷୀ ଜଳ ବାୟୁ
ହୋଇଯାଆନ୍ତେ କି ଲୀନ
ଦେଖିବା ମଣିଷ କେମିତି ବଞ୍ଚିବ
କରି ଏମାନଙ୍କୁ ଶୂନ୍ୟ ।।
ଏଭଳି ସତରେ ହୁଅନ୍ତାକି ଥରେ
ମଣିଷ ପାଆନ୍ତା ଶିକ୍ଷା
ନିଜ ସ୍ବାର୍ଥ ପାଇଁ ଏସବୁକୁ ଆଉ
କରନ୍ତାନି ଅଣଦେଖା ।।
