STORYMIRROR

Srinibas Mahalik

Abstract

2  

Srinibas Mahalik

Abstract

ପୁଅଙ୍କ ଜୀବନ

ପୁଅଙ୍କ ଜୀବନ

1 min
385

ପୁଅଙ୍କ ଜୀବନ ନୁହଁଇ ସହଜ

ଭାବୁ ଯେତେ ଆମେ ମନେ

ବହୁ ଦୁଃଖ କଷ୍ଟ ଅନେକ ଯନ୍ତ୍ରଣା

ଭୋଗନ୍ତି ବି ସେହିମାନେ

ବଡ ହେଲେ ପୁଅ ଘରର ଦାୟୀତ୍ବ

ହୁଏ ତା' ଉପରେ ନ୍ୟସ୍ତ

ସେଥିପାଇଁ ସିଏ କ୍ୟାରିଅର ପାଇଁ

ରହିଥାଏ ସଦା ବ୍ୟସ୍ତ

ରୋଜଗାର ଚାପ ପଡେ ତା'ଉପରେ

ପାଠପଢା ସରୁସରୁ

ଘର ତିଆରିଠୁ ଭଉଣୀ ବିବାହ

ଚିନ୍ତା ହୋଇଯାଏ ସୁରୁ

ଘରଦ୍ବାର ଛାଡି ବିଦେଶ ଯାଏ ସେ

କରିବାକୁ ରୋଜଗାର

ଘର କଥା ମନେ ପଡିଗଲେ ତା'ର

ଆଖି ଢାଳେ ଅଶ୍ରୁଧାର

ବାହା ହୋଇ ସିଏ ବାପା ହେଲା ପରେ

ବଢେ ରୋଜଗାର ଭାର

ଟଙ୍କା ପାଇଁ ସିଏ ଖରା ବର୍ଷା ଶୀତ

କରିଦିଏ ଏକାକାର

ପରିବାର ପାଇଁ କରିଦିଏ ସିଏ

ନିଜକୁ ଉତ୍ସର୍ଗୀକୃତ

ସଭିଙ୍କ ମୁହଁରେ ହସ ଫୁଟାଇବା

ଲକ୍ଷ୍ୟ ତା'ର ଏକ ମାତ୍ର

ବୁଢା ହୋଇ ଯେବେ ଚାଲିବା ପାଇଁକି

ହୁଏନାହିଁ ତା'ର କ୍ଷମ

ପୁଅବୋହୂ ତାକୁ ପଠେଇ ଦିଅନ୍ତି

ସରକାରୀ ବୃଦ୍ଧାଶ୍ରମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract