Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Srinibas Mahalik

Abstract

2  

Srinibas Mahalik

Abstract

ପୁଅଙ୍କ ଜୀବନ

ପୁଅଙ୍କ ଜୀବନ

1 min
382


ପୁଅଙ୍କ ଜୀବନ ନୁହଁଇ ସହଜ

ଭାବୁ ଯେତେ ଆମେ ମନେ

ବହୁ ଦୁଃଖ କଷ୍ଟ ଅନେକ ଯନ୍ତ୍ରଣା

ଭୋଗନ୍ତି ବି ସେହିମାନେ

ବଡ ହେଲେ ପୁଅ ଘରର ଦାୟୀତ୍ବ

ହୁଏ ତା' ଉପରେ ନ୍ୟସ୍ତ

ସେଥିପାଇଁ ସିଏ କ୍ୟାରିଅର ପାଇଁ

ରହିଥାଏ ସଦା ବ୍ୟସ୍ତ

ରୋଜଗାର ଚାପ ପଡେ ତା'ଉପରେ

ପାଠପଢା ସରୁସରୁ

ଘର ତିଆରିଠୁ ଭଉଣୀ ବିବାହ

ଚିନ୍ତା ହୋଇଯାଏ ସୁରୁ

ଘରଦ୍ବାର ଛାଡି ବିଦେଶ ଯାଏ ସେ

କରିବାକୁ ରୋଜଗାର

ଘର କଥା ମନେ ପଡିଗଲେ ତା'ର

ଆଖି ଢାଳେ ଅଶ୍ରୁଧାର

ବାହା ହୋଇ ସିଏ ବାପା ହେଲା ପରେ

ବଢେ ରୋଜଗାର ଭାର

ଟଙ୍କା ପାଇଁ ସିଏ ଖରା ବର୍ଷା ଶୀତ

କରିଦିଏ ଏକାକାର

ପରିବାର ପାଇଁ କରିଦିଏ ସିଏ

ନିଜକୁ ଉତ୍ସର୍ଗୀକୃତ

ସଭିଙ୍କ ମୁହଁରେ ହସ ଫୁଟାଇବା

ଲକ୍ଷ୍ୟ ତା'ର ଏକ ମାତ୍ର

ବୁଢା ହୋଇ ଯେବେ ଚାଲିବା ପାଇଁକି

ହୁଏନାହିଁ ତା'ର କ୍ଷମ

ପୁଅବୋହୂ ତାକୁ ପଠେଇ ଦିଅନ୍ତି

ସରକାରୀ ବୃଦ୍ଧାଶ୍ରମ


Rate this content
Log in

Similar oriya poem from Abstract