STORYMIRROR

Srinibas Mahalik

Others

4  

Srinibas Mahalik

Others

ଲାଇକା ଶ୍ବାନ

ଲାଇକା ଶ୍ବାନ

1 min
420

ଲାଇକା ହେଉଛି ବିଶ୍ବର ପ୍ରଥମ

ପ୍ରାଣୀ ମହାକାଶଚାରୀ

ଏହାର ପଛରେ ଲୁଚିକି ରହିଛି

ଗୋଟେ ଦୁଃଖଭରା ଷ୍ଟୋରୀ ।।


ପରିବାର ସହ ଏଠି ସେଠି ସିଏ

ବୁଲୁଥିଲା ଖୁସି ମନେ

ସ୍ପୁଟନିକ୍ ଟୁ'ର ଟେଷ୍ଟ ପାଇଁ ତାକୁ

ନେଲେ ବୈଜ୍ଞାନିକମାନେ ।।


ରକେଟରେ ତାକୁ ବସେଇ ସେମାନେ

ସ୍ପେସକୁ ଦେଲେ ଛାଡି

ଅଧିକ ଉତ୍ତାପ ଯୋଗୁ ବିଚରାର

ପ୍ରାଣ ବାୟୁ ଗଲା ଉଡି ।।


ସ୍ପେସ୍ ଯାତ୍ରା ଥିଲା ତା'ପାଇଁ ଗୋଟେ

ସତେକି ମରଣ ଯାତ୍ରା

ବୈଜ୍ଞାନିକମାନେ ଯମଦୂତ ସାଜି 

କରିଦେଲେ ତା'ର ହତ୍ୟା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍