STORYMIRROR

Srinibas Mahalik

Others

3  

Srinibas Mahalik

Others

ଫେକ୍ ନ୍ୟୁଜ୍

ଫେକ୍ ନ୍ୟୁଜ୍

1 min
52


କେତେକଙ୍କୁ ଏବେ ଫେକ୍ ନ୍ୟୁଜର

ବେମାରୀ ଗଲାଣି ମାଡି

ନବୁଝି ନଜାଣି ଅଶିକ୍ଷିତ ଭଳି

ଦିଅନ୍ତି ସେସବୁ ଛାଡି ।।


ଏହି ବେମାରୀଟି ଏସ୍.ମିଡିଆରୁ

ହୋଇଥାଏ ଉତ୍ପାଦନ

ସେଠାରୁ ସଭିଙ୍କୁ ଫରଓ୍ବାର୍ଡ ହୋଇ

ବୁଲଇ ଫୋନରୁ ଫୋନ ।।


ଏଭଳି ନ୍ୟୁଜ୍ ଆମରି ମୁଣ୍ଡରେ

ସୃଷ୍ଟି କରିଥାଏ ଭ୍ରାନ୍ତ

ତେଣୁ ଏହାଠାରୁ ଦୂରେଇ ରହିଲେ

ହେବ ଆମ ପାଇଁ ହିତ ।।


ଯାଞ୍ଚ କରିନିଅ ନ୍ୟୁଜକୁ ତୁମେ

ଛାଡିବା ପୂର୍ବରୁ ଆଗ

ସତ୍ୟତା ନଥିଲେ ନଛାଡି ଜମାରୁ

ଫେକ୍ ନ୍ୟୁଜକୁ ରୋକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍