STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ହାଡ଼ି ରାଣୀ

ହାଡ଼ି ରାଣୀ

1 min
42

 ରାଜସ୍ଥାନର ହାଡ଼ା ଶାସକଙ୍କ

  ପୁତ୍ରୀ ଥିଲେ ହାଡ଼ିରାଣୀ

 ସାଲୁମ୍ବର ରାଜା ଚୁଡାୱତଙ୍କର

  ସାଜିଥିଲେ ପାଟରାଣୀ ।୧।


 ହାଡ଼ିରାଣୀଙ୍କର ବିବାହକୁ ମାତ୍ର

  ହୋଇଥାଏ ସାତ ଦିନ

 ସନ୍ଦେଶ ଆସିଲା ସୀମାରେ ଶତ୍ରୁଙ୍କ

  ହୋଇଲାଣି ଆକ୍ରମଣ ।୨।


 ଯୁଦ୍ଧ ପାଇଁ ତେଣୁ ବାହାରିଲେ ରାଜା

  ଧରି ଦଳବଳ ସୈନ୍ୟ

 ରାଜଙ୍କର କିନ୍ତୁ ଯୁଦ୍ଧରେ କଦାପି

  ଲାଗୁ ହିଁ ନଥାଏ ମନ ।୩।


 ମନ ଥାଏ ତାଙ୍କ ରାଣୀଙ୍କ ପାଖରେ

  ଯୁଦ୍ଧରେ ନଥାଏ ଧ୍ୟାନ

 ରାଣୀଙ୍କ ପାଖକୁ ପତ୍ର ଲେଖି ରାଜା

  ପଠାଇଲେ ଏକ ସୈନ୍ୟ ।୪।


 ଯୁଦ୍ଧ ବେଳେ ରାଜା କର୍ତ୍ତବ୍ୟ ଭୁଲିଲେ

  ରାଜ୍ୟ ଯିବେ ନିଶ୍ଚେ ହାରି

 ରାଣୀ ଚିନ୍ତା କଲେ କେମିତି ରାଜାଙ୍କ

  ପତ୍ନୀ ମୋହ ଦେବେ ମାରି ।୫।


 ବିଜୟ ପଥରେ ଚୁଡାୱତଙ୍କୁ ସେ

  ପ୍ରେରିତ କରିବା ପାଇଁ

 ସୈନ୍ୟ ହାତରେ ଧରାଇ ଦେଲେ ସେ

  ନିଜ ମୁଣ୍ଡ କାଟି ଦେଇ ।୬।


 ରାଣୀଙ୍କର ଏହି ବଳିଦାନ ଦେଖି

  ରାଜା ହେଲେ ସ୍ତମ୍ଭିଭୁତ

 ଶେଷରେ ଶତ୍ରୁଙ୍କୁ ଘଉଡାଇଥିଲେ

  କରିଦେଇ ପରାଜିତ ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational