STORYMIRROR

Srinibas Mahalik

Abstract

2  

Srinibas Mahalik

Abstract

ସତୀପ୍ରଥା

ସତୀପ୍ରଥା

1 min
387

ପତି ମରିଗଲେ ପତିର ଜୁଇରେ

ପତ୍ନୀ ପାଉଥିଲା ଦାହ

ଏଭଳି ପ୍ରଥାକୁ ବନ୍ଦ କରିଥିଲେ

ରାଜା ରାମ୍ ମୋହନ୍ ରାୟ ।।


ଅନ୍ଧବିଶ୍ବାସ ଓ କୁସଂସ୍କାରକୁ

କହିକି ଏସବୁ ମିଛ

ସତିପ୍ରଥାକୁ ସେ ସମ୍ପୂର୍ଣ୍ଣ ଭାବରେ

କରିଥିଲେ ମୂଳପୋଛ ।।


ନାରୀ ସପକ୍ଷରେ ଏଭଳି ଗୋଟିଏ

ମହାନ ବିପ୍ଳବ ଆଣି

ଭାରତବାସୀଙ୍କୁ ତାଙ୍କରି ପାଖରେ

କରିଦେଇଥିଲେ ଊଣି ।।


ଆମ ସମାଜରୁ ଆଜି ଯାଏଁ ମଧ୍ୟ

ହଟିନି ଅନ୍ଧବିଶ୍ବାସ

ହେ ରାଜା ତୁମେ ଫେରି ଆସି ପୁଣି

କର ଏସବୁର ଶେଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract