STORYMIRROR

Srinibas Mahalik

Inspirational Others

3  

Srinibas Mahalik

Inspirational Others

ସ୍ତନକର

ସ୍ତନକର

1 min
57

 ଦଳିତ ମହିଳା ଢାଙ୍କି ପାରିବେନି

   ବସ୍ତ୍ର ଦ୍ବାରା ନିଜ ସ୍ତନ

 ଶହେବର୍ଷ ପୂର୍ବେ କେରଳରେ ଥିଲା

   ଏଭଳି ଆଇନି ଘୃଣ୍ୟ ।୧।


 ଯଦି ଢାଙ୍କୁଥିଲେ ନିଆହେଉଥିଲା

   ତାଙ୍କଠାରୁ ସ୍ତନକର

 ଦଳିତଙ୍କ ପ୍ରତି ଏଭଳି ଭାବରେ

   ହେଉଥିଲା ଅତ୍ୟାଚାର ।୨।


 ନଙ୍ଗେଲୀ ନାମକ ମହିଳା ଏହାକୁ

   ସମ୍ପୂର୍ଣ୍ଣ ବିରୋଧ କରି

 ଅଧିକାର ପାଇଁ ସ୍ତନ ଢାଙ୍କି ଦେଲେ

   ମନରେ ସାହସ ଭରି ।୩।


 କର ଅଧିକାରୀ ଯେମିତି ଜାଣିଲେ

   ନଙ୍ଗେଲୀ ଢାଙ୍କିଛି ସ୍ତନ

 କର ନେବା ପାଇଁ ଘରେ ଆସି ତାଙ୍କୁ

   ଦେଲେ ବହୁ ଅପମାନ ।୪।


 ଏସବୁ ଶୁଣିକି ନଙ୍ଗେଲୀ କହିଲେ

   ସ୍ତନ ଥିଲେ ସ୍ତନକର

 ସ୍ତନ ନରହିଲେ କେଉଁ କର ଆଉ

   ନେବ ଆସି ଆମ ଘର ।୫।


 ଏତିକି କହିକି ନଙ୍ଗେଲୀ ଛୁରୀରେ

   ନିଜ ସ୍ତନ ଦେଇ କାଟି

 କହିଲେ ଆଜିଠୁ ସ୍ତନକର ପାଇଁ

   ମାଡିବନି ଆମ ମାଟି ।୬।


 କିଛି କ୍ଷଣ ମଧ୍ୟେ ଲିଭିଗଲା ସିନା

   ନଙ୍ଗେଲୀଙ୍କ ପ୍ରାଣ ଦୀପ

 ତାଙ୍କ ପାଇଁ କିନ୍ତୁ ସ୍ତନକର ଭଳି

   ଆଇନି ହୋଇଲା ଲୋପ ।୭।


Rate this content
Log in

Similar oriya poem from Inspirational