Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ବାପା ମାଆଙ୍କ ଖୁସିରେ

ବାପା ମାଆଙ୍କ ଖୁସିରେ

1 min
125



ବାପା ମାଆଙ୍କ ଖୁସିରେ

ସାରା ପରିବାର ଜଳେ ।


କରୁଅଛି ମୁ ପ୍ରଣାମ

ପଡ଼ି ତାଙ୍କ ପାଦ ତଳେ ।


ଭୋକ ଶୋଷ ଭୁଲି ଯାନ୍ତି

ପିତା ମାତାଙ୍କ ଖୁସିରେ ।


ପରିବାର ଭଲ ପାନ୍ତି

ମନରେ ଖୁସି ନାଚେରେ ।


ବାପା ତ ଅଟନ୍ତି ସ୍ୱର୍ଗ

ମାଆ ତ ଅଟେ ଧରିତ୍ରୀ ।


ସନ୍ତାନ -ବଡ଼ ଦେବତା

ଖୁସିରେ ଫୁଲଇ ଛାତି ।


ଶୁଣନ୍ତି ଅଳି ଅର୍ଦଳୀ

ନିଜ ଜାତ ସନ୍ତାନରେ ।


ସ୍ନିଗ୍ଧ ନେତ୍ରେ ଅନାଇସେ

ଦୁଃଖ ସମସ୍ତ ନାଶେରେ ।


ସନ୍ତାନ ମଣନ୍ତି ତେବେ 

ଭାଗ୍ୟବାନ ଅଟେ ନିଜେ ।


ପିତା ମାତାଙ୍କ ଖୁସିରେ

ଭଗବାନ ଥାନ୍ତି ବିଜେ  ।


ପିତା ମାତା ଖୁସି ସଦା

ସନ୍ତାନ ପାଇଁ ସର୍ବଦା ।


ଖୁସି ହୃଦୟୁ ବାଣ୍ଟେରେ

ପରିବାର ସୁସ୍ଥ ରଖେରେ  ।


Rate this content
Log in

Similar oriya poem from Inspirational