STORYMIRROR

Binodini Dash

Inspirational

3  

Binodini Dash

Inspirational

ଶୃଙ୍ଖଳିତ ଜୀବନ

ଶୃଙ୍ଖଳିତ ଜୀବନ

1 min
191


ଶୃଙ୍ଖଳା ଶିଖାଏ ଜୀବନ ଗଢ଼ିବା

ସେଥେ ରଖିଥିଲେ ଧ୍ୟାନ

ସଫଳତା ଶିଢି଼ ସହଜରେ ଚଢ଼ି

ପାରେ ଏ ମଣିଷ ମନ ।


ଶିଶୁ ଅବସ୍ଥାରୁ ପିତାମତା ସ୍ନେହ

ସଂସ୍କାର ସୋହାଗ ପାଇ

ଫୁଟି ଚାଲେ ସିଏ ଫୁଲକଢ଼ ସମ

ରଙ୍ଗ ପାଖୁଡ଼ା ମେଲାଇ ।


ଦିନଚର୍ଯ୍ୟା ତା'କୁ ବତାଇ ଦିଅଇ

କାହାପରେ କ'ଣ ହୁଏ

ନୀତିନିୟମର ଶୁଙ୍ଖଳରେ ନିତି

ଅନୁବନ୍ଧିତ ସେ ଥାଏ ।


ଖେଳିବା ବୁଲିବା ପଠନ କରିବା

ଖଦ୍ୟର ବି ଆହରଣ

ପ୍ରତ୍ୟେକ କାମକୁ ଯଥା ସମୟରେ

ଯେ କରେ ପ୍ରକାଶେ ଗୁଣ ।


ଖୋଜି ପାଏ ନିଜ ଜୀବନର ଲକ୍ଷ୍ଯ

ଶୁଙ୍ଖଳାକୁ ଉପଯୋଗୀ

ସେଥିପାଇଁ ପିତାମାତା, ଗୁରୁ, ବନ୍ଧୁ

ସରବେ ବି ସହଭାଗୀ ।


ଆଳସ୍ୟକୁ ତ୍ୟାଗୀ ଯିଏ ଧାବମାନ

ବିଦ୍ୟାର୍ଥୀ ପଞ୍ଚଲକ୍ଷ୍ୟଣେ

ବିଫଳତା ଛୁଆଁ ପାଇ ସେ ନଥାଏ 

କେବେ ତାହାର ଜୀବନେ ।


ସମୟାନୁବର୍ତ୍ତୀ ଆଦର୍ଶ ଜୀବନ

ଏହି ଶୃଙ୍ଖଳାରୁ ଶିଖେ

ସମୟ ସହିତ ହାତକୁ ମିଳାଇ

ଭଲମନ୍ଦ ବି ପରଖେ ।


ନମ୍ରତା, ବିନୟ, ମଧୁର ବଚନ

ଆଚରଣ, ଉଚ୍ଚାରଣ

ସବୁ ଅଳଂକାରେ ମଣ୍ଡିତ ହୁଅଇ

ଜଣେ ଶୃଙ୍ଖଳିତ ମନ ।


କର୍ତ୍ତବ୍ୟନିଷ୍ଠା ପ୍ରଚେଷ୍ଟା ବଳରେ

କରେ ଅସାଧ୍ୟ ସାଧନ

ଶେଷ ପାହାଚରେ ତା'କୁ ପହଞ୍ଚାଏ

ତା' ଶୁଙ୍ଖଳିତ ଜୀବନ ।



Rate this content
Log in

Similar oriya poem from Inspirational