ଆମ ଗାଁ ଦୁର୍ଗା ପୁଜା
ଆମ ଗାଁ ଦୁର୍ଗା ପୁଜା


ଛୋଟ ମୋର ଗାଁରେ
ଦୁର୍ଗା ପୁଜା ହୁଏ ରେ
ଅନଂଦ ଝରେ ରେ
ଆଉ ,ଖୁସି କେତେ ଭାସେରେ ।
ଗାଁଆ ନାମ ବାଘୁଆ
ସବୁ କାମ ଆଗୁଆ
ସେନେହ ଭାବ ବନ୍ଧନ, ସମୁଦ୍ରେ
ଜୁଆର ଉଠେରେ ।
କାଶତଣ୍ଡୀ ହସେରେ
କୁମୁଦିନୀ ରଶେରେ
ଶ୍ୟାମଳ ଶଇଳ,
ତୁଷାର ବିମଳ
ଉତ୍ସାହ କେତେ ଆଣେରେ ।
ଦିବସ ଯାମିନୀରେ
ମା ରୁପ ଝଲକରେ
ଅପରୁପ ଶୋଭା
ପ୍ରକାଶଇ ଅତି
ମନରେ ଶାନ୍ତି ବହଇରେ ।
ଶାରଦର କେଦାରେ
ଗାଆଁ ଦ୍ବାରେ ଦ୍ବାରେ
ଆନଂଦ ର ରାଶି
ଖେଳଇ ପ୍ରକାଶି
ଖୁସିରେ ଦିନ ବିତଇରେ ।