STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

କଳି ଯୁଗ ସାବିତ୍ରୀ

କଳି ଯୁଗ ସାବିତ୍ରୀ

1 min
68


ଘରେ ଘରେ ଏବେ ସାବିତ୍ରୀ କରନ୍ତି ପୂଜା ଆରାଧନା

ନିଜ ସ୍ୱାମୀ ଥାଉ ଅନ୍ୟ ସାଥେ ପୀରତି ରେ ବାଟବଣା

ଗୋଟିଏ ଦିନ ସ୍ୱାମୀକୁ ମାରନ୍ତି କେଵେ ମୁଣ୍ଡିଆ

ସବୁ ଦିନ ସ୍ତ୍ରୀ କଟୁ କଥା ଶୁଣି ସ୍ୱାମୀ ହୁଅଇ ଛାନିଆ

କଳି ଯୁଗ ସାବିତ୍ରୀ ଏବେ ଚଲାଉଛନ୍ତି କେତେ ଗାଡି

ସ୍ୱାମୀ ଯଦି ନ ଆଣେ ଭଲ ଶାଢ଼ୀ ବାପ ଘର ଯିବେ ମୁହଁ ମୋଡି

ସାବିତ୍ରୀ ଙ୍କ ପାଇଁ ଲୋଡ଼ା ଏବେ ଭଲ ଉପହାର 

ଟଙ୍କା ସୁନା ସାଥେ ପୁଣି ଲୋଡ଼ା ସୁନ୍ଦର ବର

ଆଉ ରୁଚୁ ନାହିଁ ଭାତ କି ବେସର ଲୋଡ଼ା ହୋଟେଲ ଅଡର

ଶାଶୁ ଶ୍ୱଶୁରଙ୍କ ସେବା ଛାଡି ଏବେ ବୁଲିବାକୁ ଇଚ୍ଛା ସହର

ସ୍ଵାମି ଦେବତା ହୋଇ ପୂଜା ପାଏ ଯୁଗ ଯୁଗକୁ

ଆଧୁନିକ ସାବିତ୍ରୀ ଭୁଲି ଯାଏ ସବୁ ପରମ୍ପରାକୁ

ସାବିତ୍ରୀ ହାତେ ନାହିଁ ନାଲି ଶଙ୍ଖା ମୁଣ୍ଡେ ଲଗାଏନି ସିନ୍ଦୁର

ଜିନ୍ସ ପିନ୍ଧା ସାବିତ୍ରୀ ହାତେ ଶୋଭା ପାଏ ଘଣ୍ଟା କେଶ ଉଡେ ଫର ଫର

ଶୁଣ ଆହେ ମୋର କଳି ଯୁଗ ସାବିତ୍ରୀ ଦେଇ ମନ

ସ୍ୱାମୀ ସେବା କର ହୋଇ ଧର୍ମ ପତ୍ନୀ ଧନ୍ୟ ହେବ ବିବାହ ବନ୍ଧନ

ଘର କରି ଦିଅ ସ୍ୱର୍ଗ ପୁର ହୋଇ ସତୀ ସାବିତ୍ରୀ ସତ୍ୟବାନର

ଜୀବନ ଯାତ୍ରାରେ ହାତ ଧରି ଥାଅ ସ୍ୱାମୀ ତୁମ ପରମେଶ୍ୱର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational