ଶାଶ୍ବତ ବାଣୀ
ଶାଶ୍ବତ ବାଣୀ
କ୍ଷୁଧାର ତାଡନେ ଭୋକିଲା ସିଂହକି
ଆରଣ୍ଯେ ତୃଣ ଭକ୍ଷି ପ୍ରାଣ ତୋଷିବ
ଅଭାବ ପଡିଲେ ସଦାଚାରୀ ଜନ
ନିନ୍ଦିତ କର୍ମେ କି ଧନ ଅର୍ଜିବ............ ( ୧ )
ଶୂନ୍ଯେ ମେଘମାଳ ହୋଇଲେ ପ୍ରବଳ
ଗଗନେ ତପନ କି ଲୁଚି ବସିବ
ନିଜେ ଗ୍ରୁହେ ଯଦି ବିପତ୍ତି ପଡିବ
ମହତ୍ତ ଜନକି ଦାନ ପାଶୋରିବ ........ ( ୨ )
ମୁଖେ ଦୁଗ୍ଧ ଦେଇ ସ୍ନେହରେ ପାଳିଲେ
କାଳ ଭୂଜଙ୍ଗ କି ସ୍ବଭାବ ତେଜିବ
ଶତ ଯତ୍ନ କରି ମଧୁ ପିଆଇଲେ
ପେଚକ ପକ୍ଷୀ କି ମଧୁର ଭାଷିବ........ ( ୩ )
ହିଂସା, ଦ୍ବେଷ ଭରା ଯାହାରି ଅନ୍ତର
ଶତ ତୀର୍ଥ ସ୍ନାନେ କି ପାପ ଧୋଇବ
ନିଃସ୍ୱାର
୍ଥେ ସେବିଲେ ମଧୁର ସମ୍ଭାଷି
ଭୃତ୍ୟ କି ନିନ୍ଦୁକ ସ୍ବାମୀ ଙ୍କୁ ତୋଷିବ..... ( ୪ )
ସ୍ବଦେଶେ ବିପତ୍ତି ପଡିଲେ କି ବୀର
ନିଜ ସଦନେ କି ଭୟେ ଲୁଚି ରହିବ
ମରଣ କାଳରେ ଛଳନେ ଶୋଇଲେ
ଜନ୍ତୁ ରାଣ ହୃଦେ କି ଦୟା ବହିବ........( ୫ )
ଉଚ୍ଚାସନେ ବସି ତଳୁଏ ଉପେକ୍ଷି
ବଡ ଲୋକର କି ପ୍ରଂଶସା ହୋଇବ
ସ୍ବାର୍ଥେ ଦେଇ ମତ୍ତି ସର୍ବେ କଲେ ଗତି
ଦେଶ ଦୂର୍ଗତି ରେ ବିଳମ୍ବ ନୋହିବ ।..... ( ୬ )