ସମୟ
ସମୟ
ସମୟ ଅଟଇ ଏକ ତଟବଦ୍ଧ ନଈ
ଅବିଶ୍ରାନ୍ତେ ଅବିରତେ ଆଗକୁ ଚାଲଇ
କୂଳପ୍ଳାବି ସମୁଦ୍ର ଅଟେ ଯେ ସମୟ
ତା ଗର୍ଭେ ଲୁଚେ କେତେ ଘଟଣା ସମୁହ
ଘଟଣା ଦୁର୍ଘଟଣା ସମର ମହାସମର
ସବୁତ ଦେଖିଛି ହେଲେ ନ ହୁଅଇ ସ୍ଥିର
ଅତୀତରେ କେବେ ନ ହୁଏ ବ୍ୟଥିତ
ବର୍ତ୍ତମାନେ କେବେ ନୁହେଁ ଆନନ୍ଦିତ
ଭବିଷ୍ୟତେ କେବେ ଆଶଙ୍କା ନଥାଏ
ଲକ୍ଷ୍ୟ ପଥୁ କେବେ ବିଚ୍ୟୁତ ନ ହୁଏ
ସମୟାନୁବର୍ତ୍ତିତାର ବାର୍ତ୍ତା ଯାଏ କହି
ହେଉ ଯେଡେ ବଳିୟାର ତାକୁ ରୋକି ନ ପାରଇ
ବନ୍ଧୁ ପରିଜନଙ୍କର ଅକାଳ ମରଣ
ସୁଖ ଦୁଃଖ ଅନୁଭବ ରହେ କେତେ କ୍ଷଣ
ସମୟ ଚକ୍ରେ ସେ ଭୁଲାଏ ତାହାକୁ
ଧିରେ ନିରୀକ୍ଷଣ କର ସମୟର ବଳକୁ
ସମୟାନୁବର୍ତ୍ତି ଗୁଣ ଆଚରି ହେ ଶିଶୁ ଗଣ
କର ନିରିକ୍ଷଣ କୀଟପତଙ୍ଗଙ୍କ ଗୁଣ
ପିପିଲିକା କ୍ଷଣେ ଆଳସ୍ୟେ ନରହେ
ଫୁଲେ ଫୁଲେ ଉଡ଼ି ମଧୁପ ମଧୂ ସଂଗ୍ରହେ
ସମୟ ସଦୁପଯୋଗ ସଦା ଯେହୁ କରେ
ମହତ ଜନରେ ଗଣା ହୁଏ ସେ ସଂସାରେ ।