Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sulochana Bisoyi

Inspirational

3  

sulochana Bisoyi

Inspirational

ଶ୍ରେଷ୍ଠ ସାରଥୀ

ଶ୍ରେଷ୍ଠ ସାରଥୀ

1 min
397


ଜୀବନ ସଂଗ୍ରାମେ ମାଆ ମୋ ସାଥୀ 

ରଥୀ ଅଟେ ମୁହିଁ ମୋ ମା ସାରଥୀ ।


ରଣ କ୍ଷେତ୍ର ଅଟେ ସଂସାର ଭୂଇଁ

ଅତି ଦୁର୍ଗମ ଅଟେ ଏ ପଥ ଭାଇ ।


ପଥେ ବାଧା ବିଘ୍ନ ଯେତେ ଆସଇ

ଢାଲ ସାଜି ମାଆ ସବୁ ସହଇ ।


ମୋର ପଥେ ଦିଏ ପୁଷ୍ପ ବରଷି

କ୍ଷୁଧା ମେଣ୍ଟାଏ ସେ ସୁଧା ପରଷି ।


ଅତି ସୁକୁମଳ ତାର ହୃଦୟ 

ତା ପଣତ ତଳେ ନ ଥାଏ ଭୟ ।


ଯେଉଁ ଦରବେ ମୁଁ ବଳାଏ ମନ

ଯାଦୁକର ପ୍ରାୟେ ଦିଏ ବହନ ।


ମୋ ମନ ରାଇଜେ ଅଟେ ପରୀ 

ଆଉକେ ହୋଇବ ତାହାର ସରି ।


କାଳିଆ ଚରଣେ ଏହି ଗୁହାରି 

ଆଜୀବନ ସାଥେ ଥାଉ ମା ମୋହରି ।


Rate this content
Log in