STORYMIRROR

Gyanendriya Dash

Inspirational Others

3  

Gyanendriya Dash

Inspirational Others

ବିଦାୟ - ୨୦୨୨

ବିଦାୟ - ୨୦୨୨

1 min
130


ଦୁଇ ହଜାର ବାଇଶି,

କିଛି ସୁଖ କିଛି ଖୁସି

ବିଦାୟ ଦେଉଛି ଆନନ୍ଦ ମନରେ

ତୁମକୁ ମୁଁ ହସି ହସି ।।

ନେଲି ମୁହିଁ ଅଵସର,

ପୂର୍ଣ୍ଣକରି କାରବାର

ବରିଷ୍ଠ ଭିତ୍ତିରେ ନାଗରିକ ହେଲି

ଗଣା ହୋଇଣ ଏଥର ।।

କରି ମୁହିଁ କନ୍ୟାଦାନ,

କଲି ପୂଣ୍ୟ ଅରଜନ

ଶଶୁର ହୋଇଲି ବୟସ୍କ ରୂପରେ

ସେବାରେ ଦେଲି ମୋ ମନ ।।

ମନେ ଥିବ ସଦାବେଳେ,

ଭୁଲିବିନି କେବେହେଲେ

ଯାହା ମୁଁ ଚାହିଁଛି ତାହା ମୁଁ ପାଇଛି

ତୁମ ଆଶିଷର ବଳେ ।।

କଲ ସଭିଙ୍କ ମଙ୍ଗଳ,

ବହୁ ମାତ୍ରାରେ ସଫଳ

ଦେଉଛି ବିଦାୟ ତେଇଶିକୁ ଏବେ

ସ୍ୱାଗତ କରିବା ବେଳ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational