STORYMIRROR

Binata Jena

Inspirational

3  

Binata Jena

Inspirational

ମୁଖାଗ୍ନୀ

ମୁଖାଗ୍ନୀ

1 min
362

ଝିଅକୁ ଡାକିଲି ଦିନେ ,ସଂଗୋପନେ କହିଲି

ମନେରଖ ମାଆ ମୋର ,ମନ କଥା ଯାହା

ମୁଁ ଯେବେ ଯିବି ମରି

ମୁଖାଗ୍ନୀ ଦେବୁ ମୋତେ,

ସଙ୍କୋଚ ନକରି ।

ଗାଁ ମଶାଣୀ ମୋ ବଡ

ଯେଉଁଠି ତୋ ପୂର୍ବ ପୁରୁଷଙ୍କ

ଚିତା ଜଳିଥିଲା,

ସେଇଠି ମୋ ଚିତା ଜାଳିଦେବୁ।

ଆତ୍ମା ମୋର ଉଲ୍ଲସିତ ହେବ

ସ୍ମୃତି ସବୁ ଉଜ୍ଜୀବିତ ହେବ

ଝିଅ ମୋର ମନେରଖ

ଅସ୍ଥି ଅବା ଚିତାଭସ୍ମ, କରିବୁନି ବିସର୍ଜନ

ଗଙ୍ଗାରେ କେବେବି.

ଯେଉଁଠି ତୁ ହସି ଖେଳି ହେଇଛୁ ଲୋ ବଡ

ମୋ ଜୀବନେ ସ୍ମୃତି ହୋଇ ରହିଛି ସେ ନଈ

ସକାଳ ଗାଧୁଆ ତୁଠ

ସଞ୍ଜର ସୁଲୁସୁଲିଆ ବାଆ

ସେ ସବୁ କି ଭୁଲି ହେବ

ସେଇଠି ସେ ପୂଣ୍ୟତୋୟା ନଦୀବୁକେ

ବିସର୍ଜିବୁ ଅସ୍ଥି କୁ ମୋହର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational