Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Binodini Dash

Inspirational

3  

Binodini Dash

Inspirational

ତୁମେ ଅକ୍ଷୟ, ଅକ୍ଷୟ ମହାନ୍ତି

ତୁମେ ଅକ୍ଷୟ, ଅକ୍ଷୟ ମହାନ୍ତି

1 min
104



ପଞ୍ଚଭୂତ ଦେହ ସିନା ହେଲା କ୍ଷୟ

ତୁମେ ଅକ୍ଷୟ, ଅକ୍ଷୟ ମହାନ୍ତି

ଉତ୍କଳୀୟ ପ୍ରାଣେ ତୁମେ ସବୁଜିମା

ଅକ୍ଷୟ ତୁମର ସଙ୍ଗୀତ କୃତି ।


ଖୋକା ଭାଇ ନାମେ ସକଳ ଅନ୍ତରେ

ଭରି ଦେଇଅଛ ଅମୀୟ ପ୍ରୀତି

ରେକର୍ଡ ବାଜିଲେ ତୁମ କଣ୍ଠସ୍ବର

ଜାଗ୍ରତ କରାଏ ଯେତେକ ସ୍ମୃତି ।


ବିନା ତାଲିମରେ ତେଇଶ ବୟସେ

ଆକାଶବାଣୀର ସ୍ବୀକୃତିପ୍ରାପ୍ତ

ହୋଇପାରିଥିଲ କଳା କୌଶଳର

ସଙ୍ଗୀତକାରରେ ପରିଗଣିତ ।


ଲଘୁ ସଙ୍ଗୀତ ଭଜନ ଜଣାଣ

ସହ ସିନେ ସଙ୍ଗୀତର ଗାୟକ 

ଜଣେ ସଙ୍ଗୀତ ନିର୍ଦ୍ଦେଶକ ତୁମେ

ସାଜିଥିଲ ପୁଣି ଔପନ୍ୟାସିକ ।


ତୁମରି କଣ୍ଠର ସଙ୍ଗୀତର ସ୍ବର

କାନରେ ଟିକିଏ ଶୁଣିବା ପାଇଁ

ଦର୍ଶକ ଶ୍ରୋତା ଚାତକଟେ ପରି

ଚାହିଁ ବସୁଥିଲେ ହରଷ ଭରି ।


ସୁବର୍ଣ୍ଣ ମଞ୍ଜରୀ ବିଚିତ୍ରାନନ୍ଦଙ୍କ

କୋଳରେ ଜନମି ସୁପୁତ୍ର ଭାବେ (ତା-୧୨/୧୦/୧୯୩୬)

ଧନ୍ୟ କରାଇଲ କେନ୍ଦ୍ରାପଡ଼ା ମାଟି

ଓଡ଼ିଶା ବି ଧନ୍ୟ ଭାରତ ଭୂବେ ।


ସକଳ ମୁଖରେ ହସର ଜୁଆର

ଲହଡ଼ି ଭାଙ୍ଗୁଥିଲା ତୁମ ପାଇଁ

ଖୁସି ଛଡ଼ାଇଲ ଉତ୍କଳୀୟ ମନୁ

ଚିରଦିନ ପାଇଁ ବିଦାୟ ନେଇ । (ତା-୧୭/୧୧/୨୦୦୨)


ଜନମ ତିଥିରେ ପବିତ୍ର ଆତ୍ମାରେ

ଜଣାଏ କୋଟିଏ ଶବ୍ଦ ପ୍ରଣତି

ଫେରିଆସି ତୁମେ ଅନ୍ୟ ଏକ ରୂପେ

ସଙ୍ଗୀତ ଜଗତେ ଉଠ ହେ ଭାତି ।




Rate this content
Log in