STORYMIRROR

ଅନିଲ କୁମାର ଲେଙ୍କା

Inspirational

5  

ଅନିଲ କୁମାର ଲେଙ୍କା

Inspirational

ଶିକ୍ଷକ

ଶିକ୍ଷକ

1 min
675

 

ଦାର୍ଶନିକ ପୁଣି ସେ ମାର୍ଗ ଦର୍ଶକ

    ଜଗତ କଲ୍ୟାଣେ ବ୍ରତୀ

ତୁଳନା ନାହିଁ ତ ତାଙ୍କ ସାଧନାର

    ସିଏ ଯେ ଅଲିଭା ବତି ।।

ମୂର୍ତ୍ତି ରୂପୀ ଛାତ୍ର ଜୀବନକୁ ଏକା

    ଗଢନ୍ତି ଆଦରେ ଯେତେ

ଶିଳ୍ପୀ ରୂପୀ ସିଏ କାରିଗର ପରା

    ସୁଦକ୍ଷ ବିନ୍ଧାଣୀ ସତେ ।।

ତାଙ୍କ ଜ୍ଞାନ ତୁଳୀ ଭରଇ ଚମକ

    ଦେଶ ଭବିଷ୍ୟତ ପାଇଁ

ବାହାରନ୍ତି ଯେତେ ସମାଜ ସେବକ

    ତାଙ୍କର ସାନିଧ୍ୟ ନେଇ ।।

ଶିକ୍ଷକ ଭରନ୍ତି ଆଶାର ଆଲୋକ

    ପ୍ରତି ବିଦ୍ୟାର୍ଥୀର ମନେ

ଚାରିଆଡେ ଖେଳେ ଜ୍ଞାନର ମହକ

    ସ୍ବାର୍ଥହୀନ ଅବଦାନେ ।।

ନମ୍ରତା ସାଗର ଧୌର୍ଯ୍ୟର ଭଣ୍ଡାର

    ମସ୍ତିଷ୍କ ସ୍ରୋତ ପ୍ରଖର

ବିଦ୍ୟାଦାତା ଭାବେ ସମ୍ବର୍ଦ୍ଧିତ ହୁଏ

     ତାଙ୍କ ମହିମା ଅପାର ।।

ଛାତ୍ରର ନୌକାର ନାଉରୀ ସିଏତ

     ନୈତିକ ଶିକ୍ଷା ବାହକ

ଅଜ୍ଞାନ ଅନ୍ଧାରେ ଆଲୋକ ବର୍ତ୍ତିକା

      ସିଏ ପଥ ପ୍ରଦର୍ଶକ ।।

କଳାକାର ଅବା ବୈଜ୍ଞାନିକ ମାନେ

     ତାଙ୍କର ଅମ୍ଳାନ ସ୍ମୃତି 

ମନ୍ତ୍ରୀ ଯନ୍ତ୍ରୀ ଓ ଡାକ୍ତର ଅଧ୍ୟାପକ

     ସବୁତ ତାଙ୍କର କୃତି ।।

ଶୂନ୍ୟତା ଭିତରେ ପୂର୍ଣ୍ଣତା ଆଣନ୍ତି

    ନ୍ୟୁନତାରେ ମହାନତା

ଗୁରୁ ପାଦ ପଦ୍ମେ ରହୁ ମୋର ସଦା

    ମଥାନଥ କୃତଜ୍ଞତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational