Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ସ୍ମୃତି-୧

ସ୍ମୃତି-୧

1 min
211


ସ୍ମୃତି

ସ୍ମୃତି ଏକ ଅଳସୀ କନ୍ୟା

ଭରିଦିଏ କେବେ ହସର ଜୋଛନା

ପୁଣି କେବେ ଅବିଶ୍ୱାସେ ବହେ ଲୁହର ବନ୍ୟା । ୧ ।


ସ୍ମୃତି

ସ୍ମୃତି ଏକ ନୀଳ ସାଗର

କେବେ ଅସରନ୍ତି କଥାର ଭଣ୍ଡାର

ପୁଣି କେତେବେଳେ ଅବ୍ୟକ୍ତ ଶବ୍ଦର ଜୁଆର । ୨ ।


ସ୍ମୃତି

ସ୍ମୃତିଟା ନିଆରା ଅନୁଭୂତି

ଯିଏ ଏକ କ୍ଷୀଣ ଚେତନା ଚଇତି

ପୁଣି କେବେ ସଂସାରର ସେ ମହନୀୟ ମୈତ୍ରୀ । ୩ ।


ସ୍ମୃତି

ସ୍ମୃତି ତ ନିଖୋଜ ଇଲାକା

କେବେ ମିଳେ ଅବିଳମ୍ବେ ଧୋକା

ପୁଣି କେତେବେଳେ ଥାଏ ହରେଇବାର ଶଙ୍କା । ୪ ।


ସ୍ମୃତି

ସ୍ମୃତି ଜୀବନର ତ ମର୍ମ

କଳ୍ପନାରେ ଏକ ଆଶାଦୀପ୍ତ ଧର୍ମ

ପୁଣି ନିଜକୁ ପରଖିବାର ଏକ ବଳିଷ୍ଠ ମାଧ୍ୟମ । ୫ ।



Rate this content
Log in

Similar oriya poem from Inspirational