STORYMIRROR

ଅନିଲ କୁମାର ଲେଙ୍କା

Romance Tragedy

4  

ଅନିଲ କୁମାର ଲେଙ୍କା

Romance Tragedy

# ସ୍ମୃତି-୨ #

# ସ୍ମୃତି-୨ #

1 min
396


ସ୍ମୃତି ତୁମେ ଆସ ….

ନିଶାର୍ଦ୍ଧରେ ରାତିର ଝଡ଼ ହୋଇ

ମୋ ସ୍ପନ୍ଦନର ଗତିକୁ ବଢେଇ

ସ୍ବପ୍ନର ପଥ ଦେଇ ଆସ !


ମୁଁ ଶୁଣିଛି ତୁମକୁ ବିଷାଦେ

ବିଳିବିଳି ହେଉଥିବାର,

ଘୁମନ୍ତ ମେଘର ଗର୍ଜନରେ

ମୋ ଆତ୍ମାର ବକ୍ଷ ଚିରି 

ବିଜୁଳିର ଦ୍ଯୁତି ନେଇ ଆସ,

ମୁଁ କେତେବାର ଚେଷ୍ଟା କରିଛି

ଦୂରେଇଛି ମୋ ମନ ଆକାଶୁ !


ତୁମେ କିନ୍ତୁ ଭାରି ଅମାନିଆ,

ଦରିଆ ସେପଟୁ ପହଁରି ପହଁରି ଆସ,

ଲୁହ ଭିଜା ଆଖି ଦର୍ପଣ ଆଗେ

ପ୍ରତିବିମ୍ବ ହୋଇ ଛିଡ଼ା ହୁଅ,

କେତେବାର ନାହିଁ କରି ଦେଲିଣି  

ଶୁଣିବାର ମୋଟେ ନାହଁ,

ତୁଛାଟାରେ ଜିଦ୍ ଧର ଖାଲି,

କଅଣ ଯେ ମିଳେ ତୁମେ ଏକା ଜାଣ

ମନକୁ ଭାଙ୍ଗି ରୁଜି ଏମିତି

ହୃଦୟକୁ କ୍ଷତାକ୍ତ କରିବାରେ !


ଦେଖ !

ମୁଁ କେମିତି କ୍ଷୀଣ ହୋଇଗଲିଣି

ଏବେ ରୁଗ୍ଣ ଜରାଗ୍ରସ୍ତ ପ୍ରାୟ,

ତଥାପି ତୁମେ ନଛୋଡ ବନ୍ଧା,

କ'ଣ ପାଇଁ ଏତେ ନିର୍ଦ୍ଦୟତା ,

ଆଜି କିନ୍ତୁ ତୁମକୁ ମୋ ରାଣ

ଶେଷ ଥର ପାଇଁ ମୋ କଥା ମାନି 

ଆସିବନି ଆଉ ମୋ ସ୍ବପ୍ନରେ

ଅନ୍ତତଃ ଥରୁଥାଏ ସୁଯୋଗ ମିଳୁ

ସବୁ କିଛି ଭୂଲେଇ ନେବାରେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance