Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

2.0  

Sadananda Sahoo

Romance

ପ୍ରେମ ଚିରନ୍ତନ

ପ୍ରେମ ଚିରନ୍ତନ

1 min
303



ପ୍ରେମ ଚିରନ୍ତନ ସତ୍ୟ ଆଧାରିତ 

    ଶାଶ୍ଵତ ପବିତ୍ର ଜ୍ୟୋତି , 

ମହାମିଳନର ଯୋଗସୁତ୍ର ଡୋର 

    ଯୌବନର ଆଶା କୃତି ! ! 


ଅପୁର୍ବ ସୃଷ୍ଟିର  ରମ୍ୟ ଉପହାର 

   ପ୍ରେମ ପ୍ରେମୀ ମନ ପକ୍ଷି  , 

ସଂସାର ମାଣିକ ସପନ ବଣିକ 

    ପ୍ରେମର ଜ୍ଜ୍ଵଳନ୍ତ ସାକ୍ଷି ! ! 


ପ୍ରେମ ରାସ୍ତା ବଙ୍କା ପ୍ରେମ ରସ୍ତା କଣ୍ଟା 

     ଜଟିଳ ଭଙ୍ଗୁର ପଥ , 

ପ୍ରେମୀକ ପ୍ରବର  ପଥର ପଥିକ 

     ଶ୍ରମ ତା'ଯାଏନି ବ୍ୟର୍ଥ ! !  

      

ଅନାୟସେ ଯାତ୍ରା କରନ୍ତି ସହସା 

     କହାକୁ ନକରି ଭୟ , 

ଦୁଇ ପ୍ରେମ ପକ୍ଷି  ସମାଜିକ ପ୍ରାଣୀ 

     ପ୍ରେମ ଏକଗ୍ରତା ଲୟ ! ! 

     

ପ୍ରେମୀକ ପ୍ରେମିକା ସର୍ବ ସହିଷ୍ଣୁତା 

    ଦୁଃଖେସୁଖେ ସଦାସାଥୀ , 

ସବୁ ଝଡଝଞ୍ଜା କରନ୍ତିସେ' ସାମ୍ନା

     ପ୍ରେମ ରଥର ସାରଥୀ ! ! 


ସମାଜିକ ଧର୍ମ ବୈଷମ୍ୟ ବିଧର୍ମ 

    ପ୍ରେମ ପାଇଁ ଅନ୍ତରାୟ , 

ଜାତି ନୀତି ପ୍ରଥା ପ୍ରେମ ପାଇଁ ବାଧା 

    ଉଜ୍ଜୀବିତ ପ୍ରେମ ରାୟ  ! ! 


ପ୍ରତାରଣା ଧୋକା ବୀରହ ଯନ୍ତ୍ରଣା 

     ପ୍ରେମର କଳଙ୍କ ଛବି , 

ଶାଶ୍ଵତ ପ୍ରେମର ଲକ୍ଷଣ ହିଁ ଭିନ୍ନ 

    ଶାସ୍ତ୍ରୀୟତା  ଉପଲବ୍ଧି ! ! 


ହେ'ପ୍ରେମୀକ ପ୍ରେମିକା ସମ୍ପଦ କଣିକା 

    ରଖ ହେ' ପ୍ରେମର ମାନ , 

ପ୍ରେମ ମାନେ ନୁହେଁ ଦୈହିକ ମିଳନ 

    କାମନା ଲାଳସା ଚିଜ  ! ! 


ହୃଦୟ ସହିତ  ସମ୍ପର୍କ ସମ୍ବନ୍ଧ   

   ଆତ୍ମା ମନ ବିମୋହିତ , 

ମୃତ୍ଯୁ ପରେ ମଧ୍ୟ ରହେ ଉଜ୍ଜୀବିତ 

    ନୟନରେ ଭାସେ ଚିତ୍ର  ! ! 



Rate this content
Log in

Similar oriya poem from Romance