Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational Others

4  

Sadananda Sahoo

Inspirational Others

ସେବାମୟୀଙ୍କ ଉତ୍ସର୍ଗ

ସେବାମୟୀଙ୍କ ଉତ୍ସର୍ଗ

1 min
272



ସମ୍ବାଦ ପୃଷ୍ଠାରେ ପ୍ରକାଶିତ ହୁଏ

  ରୋଗ ଶୋକ ଦୁଃଖ ଚିତ୍ର

ଅନୁ ପ୍ରେରଣାର ମହାସ୍ରୋତ ଏତ

     ହୃଦୟ ସଙ୍ଗାତ ମିତ୍ର ।


ଅସହାୟ ଚିତ୍ର ହୃଦେ କରେ କ୍ଷତ

   ସହଯୋଗେ ବ୍ଯାସ ପ୍ରୀତ

କ୍ଷଣକ ମଧ୍ୟରେ ସମ୍ବାଦ ଖବରେ

    ମିତ ହୁଏ ଉପସ୍ଥିତ ।


 ସମାଜ କଲ୍ଯାଣ ସେବା ପରମ ଧର୍ମ

      ବ୍ୟାସସଂସ୍ଥା ଅନୁଚିନ୍ତା 

ଦୁଃଖି ରଂକିଙ୍କର ସେବାରେ ଉତ୍ସର୍ଗ

     ମାନବ ଜୀବନ ସତ୍ତା ।


ଲଥାଙ୍ଗ କୁଜଙ୍ଗ ମାଟିର ମହକ

    ବ୍ଯାସ ପ୍ରତିଷ୍ଠାନ ସଂସ୍ଥା  

ସେବା ଉକର୍ଷତା ସଂଗଠନ ମାତା

    ନିରାଶ୍ରୟଙ୍କର ଆସ୍ଥା ।


 ଦୁଃଖେ ଜର୍ଜରିତା ହୃଦୟ ସଙ୍ଗୀତା

    ବ୍ଯାସ ସଂସ୍ଥାପିକା ମାତା

କୋମଳ ହୃଦୟ ସହେ ନାହିଁ ଦୁଃଖ

    ସେବା ଧର୍ମେ ସଦା ପ୍ରୀତା ।


ଗୋପବନ୍ଧୁଙ୍କର ପଦାଙ୍କ ପଥିକ

    କୁଜଙ୍ଗ ଅଞ୍ଚଳ କନ୍ୟା

 ସେବା ଜାଗରଣେ ବିଭୋରିତ ହେଲେ

    ସହି ନପାରିଣ ବ୍ୟଥା ।


 ଦୁଃଖି ଦରିଦ୍ରଙ୍କ ଦୁଃଖେ ମ୍ରିୟମାଣ

    ବ୍ଯାସ ଫାଉଣ୍ଡେସନ ସଂସ୍ଥା

ସଦସ୍ୟ ସଦସ୍ୟା ଦେବଦୂତ ପରା

    ଅଞ୍ଚଳବାସୀଙ୍କ ଆସ୍ଥା ।


ନଥାଉ କଉଡି ସେବା ଧର୍ମକରି

  ସର୍ବେ ଯିବା ଆମେ ତରୀ

ମୃତ୍ୟୁ ପରେ ମଧ୍ୟ ରହିବା ଅମର

   ଜଗତେ ପଡିବ ହୁରୀ ।


ସ୍ବାମୀ ପରୀତ୍ଯକ୍ତା ବିଧବା ମହିଳା

   ଭିନ୍ନକ୍ଷମ ବୃଦ୍ଧା ବୃଦ୍ଧ

ସଭିଏଁ ଆମର ସେବାରେ ଜଡିତ

   ଜାଣିଥାଅ ଶୁଦ୍ଧିବୃନ୍ଦ ।


ଦୁରାରୋଗ୍ୟ ସାଥୀ  ସହଯୋଗେ ରୁଚି

   ସଂଗଠନ ସୁକଲ୍ଯାଣୀ 

ଯନ୍ତ୍ରଣା କଷଣ ନହେଉରେ ଭୋଗ

   ବ୍ଯାସ ସେବା ସଂସ୍ଥା ଜାଣି ।


ଉଦ୍ଭାସିତ ହେଲା ସମାଜରେ ସେବା

     ଜନ ମାନସରେ ଆଜ

ସମ୍ବାଦ ସାହିତ୍ୟଘର ସଂସ୍ଥାପକ

    ବୁଣିଲେ ହସ ମୁରୁଜ ।


ଆମ ସେବା କଥା ସମ୍ବାଦେ ଗ୍ରହୀତା

    ଧନ୍ୟ ତାଙ୍କ ବଦାନ୍ୟତା

ସମ୍ବାଦ ପୃଷ୍ଠାରେ  ବିମଣ୍ଡିତ ହୁଏ

    ସେବା ଥଇଥାନ ଗାଥା ।


ହେ ଯୁଗ ପୁରୁଷ ସାହିତ୍ୟ ରକ୍ଷକ

   ସୌମ୍ୟ ରଞ୍ଜନ ବିତ୍ତ

ଉତ୍କଳୀମାଆର ସୁଯୋଗ୍ୟ ସନ୍ତାନ

    ସଂସ୍କୃତିର ବରପୁତ୍ର ।


ବର୍ଣ୍ଣାଢ୍ୟ ଉତ୍ସବେ ସାହିତ୍ୟ ପ୍ରକୋ6ଷ୍ଠ

     ସମ୍ବର୍ଦ୍ଧନା ମହୋତ୍ସବ

ସେବା ସମ୍ମାନରେ ଯୋଡ଼ିଦେଲେ ମୋତେ

     ଅସୁଝା ରହିବ ଋଣ ।


Rate this content
Log in

Similar oriya poem from Inspirational