Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ଜୀବନର ସ୍ମୃତି ପର୍ବ

ଜୀବନର ସ୍ମୃତି ପର୍ବ

1 min
150


ଶୁଭ ଅବସର ସମୃଦ୍ଧି ପରବ

ଜୀବନର ଅନୁସଙ୍ଗୀ

ସବୁ ଆରମ୍ଭର ଶେଷ ହିଁ ଉକର୍ଷ

ସମୟର ଅନୁଗାମୀ ॥


ମହାସଂଗ୍ରାମର ଆହେ ବୀରପୁତ୍ର

ପ୍ରସନ୍ନ ନାୟକ ମଣି

ତଵ ସେବା କର୍ମ ଅଭୁଲା ରହିବ

ସ୍ମୃତି ଚିତ୍ର ପଟେ ଜାଣି ॥


କର୍ମ ଆଧାରରେ ଥିଲ ହେ ଉକର୍ଷେ

କାରାଗାର ମିତ ଧନ

ତଵ ପଦୋନ୍ନତି ସମୃଦ୍ଧିର ଛବି

ପ୍ରେରଣାର ଅନୁପ୍ରାଣ ॥


ଆଦର୍ଶ ପ୍ରତୀକ ସହକର୍ମୀ ମିତ

ସମୟାନୁ-ବର୍ତ୍ତୀତା ସାଥୀ

ସହୃଦୟତା ତଵ ମିଠା କଥା

ଆକାଶ କୁସୁମ ଜ୍ୟୋତି ॥


ପ୍ରତିବଦ୍ଧତାର ହେ ମହାନାୟକ

ସୁପ୍ରସନ୍ନ ମହାଦେବ

ସ୍ଵଳ୍ପ ଅବଧିର ସମ୍ପର୍କ ଆମର

ଚିରସ୍ଥାୟୀ ପ୍ରୀତି ଭାବ ॥


ପଦ ବିମଣ୍ଡିତ ଶୋଭାମୟ ପ୍ରୀତ

ଉପ-ସହକାରାପାଳ

କର୍ମ ଅବସରେ ଆମ୍ଭ ତୃଟି ଥିଲେ

କ୍ଷମା ଆଚରିବ ନିଶ୍ଚ ॥


ଶୁଭ ଅବସର ହେଉ ଶୁଭମୟ

ଆହେ ପ୍ରଭୁ ଜଗନ୍ନାଥ

ତଵ ସୁମାଣିକ ପ୍ରସନ୍ନ ସୁପୁତ୍ର

ଅବସର ଅନୁସଙ୍ଗ ॥


ହେ ମାଆ ବିରଜା ସାହା ହେବୁ ସଦା

ପ୍ରସନ୍ନ ମଣିକୁ ଆମ୍ଭ

ତୋର ପୁଣ୍ୟ କ୍ଷେତ୍ରେ ଅବସରେ ନେଲେ

ଅପସରି ଯିବ ଦୁଃଖ ॥


ଜଗତର ନାଥ ହୁଅ ହେ'ସଦୟ 

ପ୍ରସନ୍ନ ପରାଣ ମିତ  

ଶୁଭ ଅବସର ଆଣିଦେଉ ସୁଖ 

ମୁଖେ ଫୁଟୁ ଚିରହସ ! ! 


ପିଲା ପରିବାର ସୁଖ ଗନ୍ତାଘର 

ହସ ଖୁସି ହେଉ ବର୍ଷା  

ଆମ ଅଧିକାରୀ ସୁଖର ସଂସାରୀ 

କେହି ନକରନ୍ତୁ ଈର୍ଷା ! !



Rate this content
Log in

Similar oriya poem from Inspirational