STORYMIRROR

Sadananda Sahoo

Inspirational Others Children

3  

Sadananda Sahoo

Inspirational Others Children

ସ୍ମୃତିରେ ଶୈଶବ

ସ୍ମୃତିରେ ଶୈଶବ

1 min
180


ସ୍ମୃତିରୁ ବିସ୍ମୃତି ହୋଇ ନାହିଁ ଛବି

 ଉଙ୍କିମାରେ ବାରମ୍ବାର

 ଅଭୁଲା ଶୈଶବ ସ୍ମୃତିର ପ୍ରତୀକ

 ବିଭବ ମୋ ହୃଦୟର l


ହସ ଫୁଲ ବୋଲି ଆପାଣାର ଥିଲି

ତୋଳି ଧରୁଥିଲେ କୋଳେ  

ବନ୍ଧୁ ପରିଜନ ପ୍ରତିବେଶୀ ଗଣ

ମୋ ପ୍ରେମରେ ଥିଲେ ଭୋଳେ  !!


 ସ୍ନେହଁ ସଦିଚ୍ଛାର ଶୈଶବ ସମ୍ପଦ

ଦୂରେଇ ଯାଇଛି ଆଜି  

ଆସନ୍ତାକି ଫେରି ଆଉ ଥରେ ପୁଣି

ଶୈଶବ ବିଭବ ରାଜି l


ନିଷ୍ପାପ ଶୈଶବ କପଟ ବିହୀନ

ନିଃଷ୍କକଳଂକେ ଥିଲା ପୁର୍ଣ୍ଣ

ଉଦାର ସ୍ବଭାବ ଥିଲା ଆପଣାର

ଭାବମୂର୍ତ୍ତି  ଥିଲା ସ୍ଵର୍ଣ୍ଣ l


ସାଙ୍ଗ ସାଥୀ ମେଳେ ଧୂଳି ବାଲି ଖେଳେ

ବିତି ଯାଉଥିଲା ଦିନ

ଅଭାବ କଷଣ ନଥିଲାତ ମୋର

ମୁଁ ଥିଲି ଗଣ୍ଠି ଧନ l


ପିତାମାତାଙ୍କର ଆଖିର କପୋତ

 ଦୂରେଇ ଯାଇଛି ଆଜି   

ଦୂର ବିଦେଶରେ ମୁଁ ଝୁରିମରେ

ପାଉନି ମୁଁ ସ୍ନେହଁ  ଖୋଜି  l 


ହାୟରେ  ସମୟ ହେଲୁକି ନିର୍ଦୟ

ଛଡାଇ ନେଲୁ ଶୈଶବ

ମୋହ ମାୟାଗ୍ରସ୍ତ କଲୁ ମୋତେ ସତ

ନାହିଁ ମୋ ଉଦାର ଭାବ   l


କଳୁଷିତ ଆଜି ମୋ ଜୀବନ ଛବି

ହୃଦୟରେ ଅଛି କୋହ

ଜୀବନ ଜଞ୍ଜାଳେ ଶୈଶବକୁ ଝୁରେ

 ତୁଟି ନାହିଁ ମୋର ମୋହ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational