STORYMIRROR

Premalata Giri

Inspirational

3  

Premalata Giri

Inspirational

ଜୀବନର ଗୀତି

ଜୀବନର ଗୀତି

1 min
323

ଗାଆରେ ମନୁଆ ଗାଆ ବସି ନିତି

 ସୁରେ ଜୀବନର ଗୀତି

ହସିଉଠୁ ଧରା ମାଟିର ମଟାଳ

 ଦେଇ ମାର୍ଗଶୀର ଝୋଟି। 


 ପାଂଶୁଳ ପୌଷର କାଆଁଳ ପ୍ରୀତିରେ

 ଦେଇ ଶ୍ରଦ୍ଧା ସହମତି

ମାତିଉଠୁ ତନୁମନ ହୁଦୟରେ

 ତିନିଥର ଗାର କାଟି। 


ଗୀତ ସାଥିରେ ସଙ୍ଗାତ ମିତରେ

 ମାଘ ଶୀତେ ସର୍ତ୍ତ ରଖି

ସପ୍ତମୀ ବୁଡର ଆଞ୍ଜୁଳା ଜଳରେ

 ଧର୍ମ ନେଉଥିବ ଡାକି। 


ଫଗୁଣ ରଙ୍ଗରେ ବଉଳ ମାଳାରେ

  ସଜଡା ସେ ପିଚକାରୀ

ବଇଁଶୀ ବାଜିଲେ ରାଧା ନାଚୁଥିବ

 ଜୀବନ ଯମୁନା ଦେଖି। 


ଚଇତାଳି ବା ଭାରି ମିଠା ମିଠା

 ଲାଗିଯିବ ଅଠାହୋଇ

ବୈଶାଖି ଝାଞ୍ଜିରେ ପଲାସ ଓଢଣୀ

 କୃଷ୍ଣଚୁଡା ଓଠ ଛୁଇଁ। 


 ଜ୍ୟଷ୍ଠରେ ନଡିଆ କଦଳୀର ଭୋଗ

 ଆଷାଢେ ଶରଧା ବାଲି

ଶ୍ରାବଣ ସ୍ୱପ୍ନରେ ମେଘର ମହ୍ଲାର

 ପ୍ରିୟା ପ୍ରୀତି ଭାବ ନେଇ। 


ଭୋଦୁଆ ଖରାରେ ଡରିବାର ନାହିଁ

ଡରିଗଲେଯାଏ ସରି

ଆଶ୍ୱିନ ପାର୍ବଣ ଶକ୍ତିମୟୀ ନାରୀ

 ଚଲାପଥେ କାଶତଣ୍ଡୀ। 


ଆକାଶ ଦୀପରେ କାର୍ତ୍ତିକ ମହିମା

 ଜୀବନ ଜ୍ୟୌତିର ସାକ୍ଷୀ

ସଜଳ ଜୀବନ ବୃନ୍ଦାବତୀ ମୂଳେ

କାଲିକୁ କିଏ ଦେଖିଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational