STORYMIRROR

Premalata Giri

Classics

4  

Premalata Giri

Classics

ନିଦାଘ

ନିଦାଘ

1 min
223


ବସନ୍ତ ର ପତ୍ର ଝଡା ଚିତ୍ର ପରେ

  ଚୈତ୍ର ମଂଗଳ ମହୁରୀ

ଧୂପର ଆଲୋକେ ବୈଶାଖ ନିଦାଘ

  ତ୍ରୁଷ୍ଣାଭରା ତନୁଶିରୀ। 


ନିଦାଘ ନିକ୍ୱଣ ଚବକା ପାଣିରେ

 ନଈବାଲି ସରିସରି

ପାଦପୋଡିଯାଏ ବାଟ ରହିଯାଏ

  ଝଙ୍କାବରଗଛ ଧରି। 


ଚାଇଁଚାଇଁ ଖରା ଚାବୁକ ପ୍ରହାରେ

  ନିର୍ଧୁମ ଯନ୍ତ୍ରଣା ତାତି

 ମଟାଳ ମାଟିର ଆଁ ର ଭିତରେ

   ସ୍ୱପ୍ନ ସଉଦାର ଭିତୀ।


 ନିରୋଳା ଆକାଶ ନିଶବ୍ଦ ପବନ

   ଜୀବନକୁ କେନ୍ଦ୍ର କରି

 ନିଦାଘ ପିଠିରେ ପାରି ହେଉଥାଏ

   ଘର ମୁଣ୍ଡ ଓଳିଧରି। 


ଶୁଷ୍କ କବରୀରେ ଘର୍ମାକ୍ତ ଓଢଣୀ

    ସ୍ୱର ସ୍ୱରୁପର ବାଣୀ

 ତଣ୍ଟି ଅଠାଅଠା ସ୍ମୁତି ସହ ମନ

 ବିଦଗ୍ଧ ତରଙ୍ଗ ପୁଣି। 


 ଗନ୍ଧର୍ବ ମନସ୍କ ପ୍ରକୃତି ବନ୍ଧାଣୀ

   ଋତୁରେ ନିଦାଘ ଆଣି

 ଆଶାର ଫେନିଳ ଉର୍ମିମାଳା ରଚେ

 ସ୍ୱପ୍ନ ରେ ତାତିକୁ ଭରି।


ତ୍ରୁଷିତ ହୁଦୟ ତୀବ୍ର ଜ୍ୱଳନରେ

  ବନ୍ଧନର ରୂପରାଣୀ

ଗୋଟି ଗୋଟି କରି ମଞ୍ଜି ବୁଣି ଦିଏ

  ଅଙ୍କୁରିତ ପାଇଁ ପୁଣି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics