ମହାଭାରତରୁ ଶିକ୍ଷା
ମହାଭାରତରୁ ଶିକ୍ଷା
ମହାଭାରତ ଏକ ଜୀବନ ଦର୍ଶନ
ମିଲୁଅଛି କେତେ ଶିକ୍ଷା
ଜୀବନ ସରସ ମଧୁମୟ ହେବ
ନେଇଥିଲେ ତାର ଦୀକ୍ଷା।
କୌରବ ସେନାରୁ ଏହି ଶିକ୍ଷା ମିଳେ
କୁକର୍ମକୁ କର ଭୟ
ଅସତ କାର୍ଯ୍ୟକୁ ପ୍ରଶୟଟି ଦେଲେ
ନିଶ୍ଚେ ହେବ ପରାଜୟ ।
ଦୁର୍ଯ୍ୟୋଧନ ପରି ପୁଅର କାର୍ଯ୍ୟକୁ
ଯେବେ ସମର୍ଥନ ଦେବ
କୌରବ କୁଳର ନାଶ ହେଲାପରି
ନିଜ ବଂଶ ନାଶ ଯିବ ।
କର୍ଣ୍ଣ ପରି ଯେତେ ବଳବାନ ଥିଲେ
କାମରେ ତାହା ନ ଆସିବ
ଅଧର୍ମ କାର୍ଯ୍ୟକୁ ଗୁରୁତ୍ୱଟି ଦେଲେ
ସବୁ ବିଦ୍ୟା ପରାକ୍ରମ ନିଷ୍ଫଳ ଯେ ହେବ।
ଅଶ୍ଵତ୍ଥାମା ପରି ଯୋଦ୍ଧା ଥିଲେ ତାହା
କୌଣସି କାମକୁ ଯେ ନୁହଁ
ଅନ୍ୟାୟ ପନ୍ଥାରେ ଚାଲିବା ବ୍ୟକ୍ତିର
କେବେ ନ ଚାହିଁବ ମୁହଁ ।
ସଂଖ୍ୟା ପରିମାଣ କମ୍ ହେଲେ ମଧ୍ୟ
କିଛି ଫରକ୍ ନ ପଡ଼ିବ
ପାଣ୍ଡବଙ୍କ ପରି ଧର୍ମ ପଥେ ଥିଲେ
ସଦା ଜୟଯୁକ୍ତ ହେବ ।
ଭୀଷ୍ମ ପରି ଯୋଦ୍ଧା ,ଜ୍ଞାନୀ, ଗୁଣୀ ବ୍ୟକ୍ତି
ଅସତ ଅନ୍ନ ଯେ ଭୁଞ୍ଜିବ
ଅନ୍ୟାୟ କର୍ମକୁ ଦେଖୁଥିଲେ ମଧ୍ୟ
କିଛି କରି ନ ପାରିବ।
ଅସତ ବ୍ୟକ୍ତିର ଅନ୍ନ ଖାଉଥିଲେ
ଅପବିତ୍ର ହେବ ମନ
ନ ବାହାରିବ କେବେ ପ୍ରତିବାଦ ସ୍ୱର
ଭ୍ରଷ୍ଟ ହେବ ବୁଦ୍ଧି ଜ୍ଞାନ।
ଯୁଧିଷ୍ଟିର ପରି ଧର୍ମ ଅବତାର
ଅଧର୍ମ ଚିନ୍ତା ଯେ କରିବେ
ଜୀବନ ଯାକର କଷ୍ଟ ଭୋଗୁଥିବେ
ଦୁଃଖ ଯନ୍ତାରେ ଯେ ପଡ଼ିଯିବେ ।
ଜୁଆ ଖେଳ ପରି କୁତ୍ସିତ କର୍ମ ଯେ
ଟଂକା ସୁନା, ଧନ,ଘରବାଡ଼ି
ଖେଳୁଥିବା ଲୋକ ସବୁ ହରାଇବେ
ଲକ୍ଷ୍ମୀ ଘରୁ ଯିବେ ଛାଡ଼ି।
ସକୁନୀଙ୍କ ପରି ଖଳ ବ୍ୟକ୍ତି ଯଦି
ଦେବେ ଯଦି ଉପଦେଶ
ଦୁର୍ଯ୍ୟୋଧନ ପରି ସବୁ ମାନିଗଲେ
ଜାଣ ହେବ ସର୍ବନାଶ।
ଧୃତରାଷ୍ଟ୍ର ପରି ପୁତ୍ର ମୋହ ରଖି
ଯଦି ହୋଇଯିବ ଅନ୍ଧ
ଜାତି କୁଳ ବଂଶ ନାରଖାର ହେବ
ବେଳ ଥାଉ ବନ୍ଧ ବାନ୍ଧ।
ଶ୍ରୀକୃଷ୍ଣଙ୍କ ପରି ସଖାକୁ ପାଇଣ
ବୁଝି ଜୀବନର ମର୍ମ
ଗୀତ।ଜ୍ଞାନ ଶୁଣି ପାର୍ଥ ଯୁଦ୍ଧକୁ ଜିଣିଲେ
କରିଗଲେ ତାଙ୍କ କର୍ମ।
ମହାଭାରତର ଯୁଦ୍ଧ ଜିଣିଗଲେ
କୃଷ୍ଣଙ୍କୁ କରି ସାରଥୀ
ଧର୍ମର ଯୁଦ୍ଧରେ ଅଧର୍ମ ପରାସ୍ତ
ଟଲିଗଲେ କେତେ ମହାରଥୀ ।
