STORYMIRROR

Prabir Kamila

Classics

3  

Prabir Kamila

Classics

ମିଛ କଥା

ମିଛ କଥା

1 min
124


ନଈ, ସମୁଦ୍ର, ସମୟ ବା 

ସାତତାଳ ପଙ୍କ ତଳେ

ଲୁଚା ହୋଇ ରହିଥିବା

କେଉଁ ଏକ 

ବୁଢ଼ୀ ଅସୁରୁଣୀ ର ପ୍ରାଣ

ସେଇ ଭଅଁର, ଯାହାକୁ ନେଇ 

ହୁଏତ ଲେଖି ହେବ 

ଗୋଟେ କାହାଣୀ କି କବିତା,

କିନ୍ତୁ ସହଜ ନୁହେଁ

ନଈ ପରି ବୋହିବା

ପଥର ଦୁଆର ଡେଇଁ

ପାହାଡ଼ ମଥାରୁ ଝରିବା

ସମୁଦ୍ର ପରି ସମର୍ଥ ହୋଇ

ଗର୍ଭରେ ସାଇତିରଖିବାର 

ଅଙ୍ଗୀକାରବଦ୍ଧତା

ପୁଣି କୂଳକୁ ଫେରେଇବାର

ଦୃଢ଼ ପ୍ରତିଶ୍ରୁତି ଦେଇ

ଢେଉ ସାଥେ ନିଜକୁ ସମ୍ଭାଳିବା।

ସମୟ କାନ୍ଧରେ

ଭରା ଦେଇ ବାଟ ଚାଲିବା

ଥକି ଗଲେ ନିଜ ହାତରେ

ପାଦ ଆଉଁସି ଥକ୍କା ମାରିବା

ସାତତାଳ ପଙ୍କ ତଳେ

ପହଞ୍ଚିବା କି ଏତେ ସହଜ କଥା?

ରାଜକୁମାର ରାତିସାରା

ଯାହା ପାଇଁ ବିନିଦ୍ର, ବ୍ୟାକୁଳ 

ସେ ତ ଏବେ କୁଆଁ ତାରା

କେମିତି ମରିବ ଏ ବୁଢ଼ୀ ଅସୁରୁଣୀ?

କବିତା କି କାହାଣୀ କ'ଣ ସତ ହୁଏ?

ସବୁ ଖାଲି ମିଛ କଥା।










ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics