STORYMIRROR

Prabir Kamila

Fantasy

4  

Prabir Kamila

Fantasy

ନିଖୋଜ

ନିଖୋଜ

1 min
224


ନିଖୋଜ

ନଈକୁ ନେଇ ସେଇ ବୋଧେ

ଲେଖିପାରେ କବିତା ,

ଦି ଠୋପା ନୀରରେ

ସାଇତି ରଖିପାରେ ଯିଏ

ନିହାତି ସବୁ ନୀରବତା।

ଆଖି ପାଉନଥିବା

ଦୂର ଦିଗବଳୟ ସେପଟେ

ଯାହା ଦିଶୁଥାଏ ଅସ୍ପଷ୍ଟ,

ସେଇଟା କ'ଣ ଆକାଶ ନା ସମୁଦ୍ର?

ଆଉ ଆଖି ଧାରେ ଧାରେ

ପଲକ ଛୁଆଁରେ ଝୁଣ୍ଟିଲେ

ସବୁ ଛଳ ଛଳ ଆଉ ଆଦ୍ର।

ହେଇ ଦେଖ,

ସାମ୍ନାରେ ନାଉରୀ ନ ଥିବା ଗୋଟେ ନାଆ

କାତଧରି ଶିଖି ନଥିବା ଜଣେ ନାଉରିଆ କେମିତି

ସମୁଦ୍ର ଲଙ୍ଘିବାର ନିଶାରେ ବିନିଦ୍ର।

ଏବେ ନାଆ ଆଉ ନଈ ମଝିରେ

ଦି ପା ଦୂରତା,

କେଇ ଫର୍ଲଙ୍ଗ ଡେଇଁଲେ

ଉତ୍ତାଳ ଜୁଆର, ନୀଳ ପାରାବାର

ହଁ, ସେ ନିଖୋଜ ହୋଇଯାଇଛି

ଏଇ କିଛି ଦିନ ତଳେ,

ଅଛି କି ତା'ର କିଛି ଖୋଜ ଖବର

ଯାହା ପାଇଁ ଏତେ ସବୁ କଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy